ରାୟଗଡା:ଗୁଣପୁରରେ ମାତିଛନ୍ତି ଲେଟେରା । ଘରେ କେହି ନଥିବା ବେଳେ କଳାକନା ବୁଲେଇଲେ ଚୋର । ଘରେ ପଶି ସୁନା ଗହଣା ଓ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଅସୁରକ୍ଷିତ ହୋଇପଡ଼ିଛି ରାୟଗଡ଼ା ଜିଲ୍ଲ ଗୁଣପୁର ସହର । ଆଜି ପୁରୁଣା ଗୁଣପୁର ପାଇକ ସାହିର ପୁରୁଣା ଗୁଣପୁରର ପ୍ରଶାନ୍ତ କୁମାର ଜେନାଙ୍କ ଘରୁ ସୁନା ଗହଣା ଓ ଟଙ୍କା ଚୋରି ହୋଇଛି । ତେବେ ଏହି ଘଟଣାରେ ପୋଲିସ, ସନ୍ଧନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନ୍ଭିନ ଆରମ୍ଭ କରିଛି ।
ମାତିଛନ୍ତି ଲେଟେରା, ଘରେ ନଥିବା ବେଳେ ୧୦ ଭରି ସୁନା ସହିତ ୫୦ ହଜାର ଟଙ୍କା ଲୁଟ୍ ସୂଚନା ଥାଉ କି, ରାୟଗଡା ଜିଲ୍ଲା ପୁରୁଣା ଗୁଣପୁରର ପ୍ରଶାନ୍ତ କୁମାର ଜେନାଙ୍କ ପରିବାର ଶନିବାର ଠାରୁ ରାଉରକେଲା ଯାଇଥିଲେ । କିଛି ଦିନ ହେବ ଘରେ ତାଲା ପଡିଥିବା ଦେଖିଥିଲେ ଦୁର୍ବୃତ୍ତ । ଏହାର ଫାଇଦା ନେଇ ଘରେ ତାଲା ଭାଙ୍ଗି ଚୋରି କରିବାର କରିଥିଲେ ଯୋଜନା । ଘରେ କେହି ନଥିବାର ସୁଯୋଗ ନେଇ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଘରର କବାଟ ତାଡ଼ି ପଶିଥିଲେ । ଏହା ପରେ ଆଲମିରା ଭାଙ୍ଗି ସମସ୍ତ ସୁନା ରୂପା ଓ ଟଙ୍କା ଚୋରି କରିଥିଲେ ।
ପ୍ରଶାନ୍ତ କୁମାର ଜେନାଙ୍କ ଘରର କବାଟ ଖୋଲାଥିବା ନେଇ ସକାଳେ ପଡୋଶୀ ଉମାକାନ୍ତ ପ୍ରଧାନ ଦେଖିଥିଲେ । ପରେ ସେ ସାହିବାସିନ୍ଦାଙ୍କୁ ଜଣାଇବା ସହ ପ୍ରଶାନ୍ତଙ୍କୁ ମଧ୍ୟ ଫୋନକରି ଜଣାଇଥିଲେ । ଏହା ପରେ ପଡୋଶୀ ଜଣଙ୍କ ଗୁଣପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ରାୟଗଡ଼ାରୁ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ କରିଛି । ପ୍ରଶାନ୍ତଙ୍କ ଘରୁ 10 ଭରିର ସୁନା ଅଳଙ୍କାର ସହ ନଗଦ ୫୦ ହଜାର ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ଏତଲା ଦାୟର ହୋଇଛି ।
ଏଘଟଣାରେ ଗୁଣପୁର ଥାନାରେ କେଶ୍ ନଂ ୨୨୦/୨୨ ଦଫା ୪୫୭/୩୮୦ ଅନୁଯାୟୀ ତଦନ୍ତ ଜାରି ରହିଥିବା ପୋଲିସ କହିଛି । ସହରରେ ବାରମ୍ବାର ଚୋରି ଯୋଗୁଁ ଲୋକେ କୌଣସି କାମରେ ତାଲା ପକାଇ ବାହାରକୁ ଯିବାକୁ ସୁରକ୍ଷିତ ମାନୁନାହାନ୍ତି ବୋଲି ଅଞ୍ଚଳବାସୀ କହିଛନ୍ତି । ସହରର ସୁରକ୍ଷା ନେଇ ପୋଲିସ ରାତିରେ ପେଟ୍ରୋଲିଂ କରୁଥିବା ଦାବି କରୁଥିଲେ ମଧ୍ୟ ଏଭଳି ଘଟଣା ପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଇଟିଭି ଭାରତ, ରାୟଗଡା