ରାୟଗଡା : ଲକ୍ ଡାଉନ୍ ଯୋଗୁଁ ଆଖୁ ଚାଷୀଙ୍କ ମୁଣ୍ଡରେ ଚଡକ। ଚଳିତ ବର୍ଷ ଭଲ ଫସଲ ଦେଖି ଚାଷୀ ଆଶା କରିଥିଲା ବେଶ୍ ଦି ପଇଶା ରୋଜଗାର କରିବ, କିନ୍ତୁ ଚାଷୀଙ୍କ ଆଶା ଆଶାରେ ରହିଗଲା । ଲକଡାଉନ୍ ଘୋଷଣା ଆଖୁ ଚାଷୀଙ୍କ ପାଇଁ ବିପଦ ସାଜିଲା । ରାୟଗଡା ମୁନିଗୁଡା ବ୍ଲକର ପାଜିବାଲି ଅଞ୍ଚଳର ଏ ହେଉଛନ୍ତି ଅର୍ଜୁନ ନାୟକ । ଆଖୁ ଚାଷ କରି ଏକର ପିଛା ପ୍ରାୟ 30 ରୁ 40 ହଜାର ଟଙ୍କା ଖର୍ଚ୍ଚକରି କରିଥିଲେ ।
ଲକ୍ ଡାଉନ୍ ଯୋଗୁଁ ଆଖୁ ଚାଷୀଙ୍କ ମୁଣ୍ଡରେ ଚଡକ
ଲକ୍ ଡାଉନ୍ ଯୋଗୁଁ ଆଖୁ ଚାଷୀଙ୍କ ମୁଣ୍ଡରେ ଚଡକ । ଲାଭ ବଦଳରେ କ୍ଷତି ସହୁଛି । ଅଧିକ ପଢନ୍ତୁ....
ଲକ୍ ଡାଉନ୍ ଯୋଗୁଁ ଆଖୁ ଚାଷୀଙ୍କ ମୁଣ୍ଡରେ ଚଡକ
ଆଶା ରଖିଥିଲେ ଭଲ ଦରରେ ବିକ୍ରି ହେବ ଉତ୍ପାଦିତ ଆଖୁ । ଏହି ଆଖୁ ଖରା ଦିନରେ ମୁନିଗୁଡା ସହରରେ ସରବତ୍ ପାଇଁ ବେଶ ଚାହିଦା ରହିଥାଏ । ହେଲେ ଲକ ଡାଉନ ଯୋଗୁଁ ଚଳିତବର୍ଷ ଟଙ୍କାଟିଏ ମଧ୍ୟ ପାଇ ପାରି ନାହାନ୍ତି ଅର୍ଜୁନ I ଆଖୁ ସବୁ ବାଡରେ ପଡି ନଷ୍ଟ ହେବାରେ ଲାଗିଛି । ଯାହା ଫଳରେ ଚାଷୀଙ୍କ ଲାଭ ବଦଳରେ କ୍ଷତି ସହୁଛି । ଚାଷୀ ଅନାଇ ବସିଛି କେବେ ଖୋଲିବ ଲକ୍ ଡାଉନ୍ ଓ କେବେ ତା ଆଖୁ ବିକ୍ରୟ ହେବ ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ