ଓଡିଶା

odisha

ETV Bharat / state

ଚାଷ ବିଲରେ ଭାଲୁ ଆକ୍ରମଣ, ଚାଷୀ ଗୁରୁତର - bear attacks in rayagada

ଚାଷ କାମ କରିବାକୁ ଭାଲୁ ଆକ୍ରମଣ ଶିକାର ହେଲେ ଚାଷୀ । ଗୁରୁତର ଅବସ୍ଥାରେ ପ୍ରଥମେ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ପରେ ରାୟଗଡା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା । ହେଲେ ସେଠି ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାକୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅଧିକ ପଢନ୍ତୁ...

ତିନି ଭାଲୁ ଆକ୍ରମଣରେ ଗୁରୁତର ଚାଷୀ
ତିନି ଭାଲୁ ଆକ୍ରମଣରେ ଗୁରୁତର ଚାଷୀ

By

Published : Sep 22, 2020, 8:03 AM IST

ରାୟଗଡା : କାଶୀପୁର ବ୍ଲକ କୁଚେଇପଦ ଗାଁରେ ଭାଲୁ ଆକ୍ରମଣ । ଚାଷ କାମ କରିବାକୁ ଯାଇ ଏକାସାଙ୍ଗେ ତିନୋଟି ଭାଲୁ ଆକ୍ରମଣରେ ଗୁରୁତର ଚାଷୀ । ଆହତ ବ୍ୟକ୍ତି ଜଣକ ଉକ୍ତ ଗାଁର ବଡସାହିର ଜଗଦୀଶ ମାଝୀ(40) ।

ତିନୋଟି ଭାଲୁ ଆକ୍ରମଣରେ ଗୁରୁତର ଚାଷୀ

ଜଗଦୀଶ ମାଝୀ ପ୍ରତିଦିନ ପରି ନିଜ ବାଡକୁ ଚାଷ କରିବାକୁ ଯାଇଥିବାବେଳେ ଭୋର ସମୟରେ ୩ଟି ଭାଲୁ ହାବୁଡରେ ପଡିଯାଇଥିଲେ । ସେଥି ମଧ୍ୟରୁ ଦୁଇଟି ଭାଲୁ ଜଗଦୀଶ ମାଝୀଙ୍କୁ ଆକ୍ରମଣ କରିବା ସହିତ ଲହୁ ଲୁହାଣ କରି ଛାଡି ଚାଲିଯାଇଥିଲେ । ଭାଲୁର ଆକ୍ରମଣ ଦ୍ବାରା ତାଙ୍କ ନାକହାଡ,କପାଳ,ମୁହଁ,ମୁଣ୍ଡ,ପିଠି,ଜଙ୍ଘରେ ଗଭୀର ଆଘାତ ଯୋଗୁଁ ଅତ୍ୟଧିକ ରକ୍ତଶ୍ରାବ ହୋଇଥିଲା । ଗୁରୁତର ଅବସ୍ଥାରେ ଜଗଦୀଶଙ୍କୁ ପରିବାର ବର୍ଗ ଏବଂ ଗ୍ରାମବାସୀଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସରେ ପ୍ରଥମେ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ସେଠାରେ ପ୍ରାୟ ୨ଘଣ୍ଟା ଧରି ଚିକିତ୍ସା କରିବା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ସୁଧାର ଆସିବା ପରେ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନ୍ତାନରିତ କରାଯାଇଥିଲା । ପରେ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details