ଓଡିଶା

odisha

ETV Bharat / state

ରାୟଗଡା ଅବକାରୀ ସୁପରଟେଣ୍ଡେଣ୍ଟଙ୍କ ନାମରେ ଫନି ଟଙ୍କା ହଡପ ଅଭିଯୋଗ - ଅବକାରୀ ସୁପରଟେଣ୍ଡେଣ୍ଟଙ୍କ ନାମରେ ଫନି ଟଙ୍କା ହଡପ ଅଭିଯୋଗ

ଜିଲ୍ଲା ଅବକାରୀ ସୁପରଟେଣ୍ଡେଣ୍ଟଙ୍କ ବିରୋଧରେ ଟଙ୍କା ହଡପ ଅଭିଯୋଗ ।

rayagada
ଅବକାରୀ ସୁପରଟେଣ୍ଡେଣ୍ଟଙ୍କ ନାମରେ ଫନି ଟଙ୍କା ହଡପ ଅଭିଯୋଗ

By

Published : Dec 24, 2019, 7:56 AM IST

ରାୟଗଡା: ଜିଲ୍ଲା ଅବକାରୀ ସୁପରଟେଣ୍ଡେଣ୍ଟଙ୍କ ବିରୋଧରେ ଟଙ୍କା ହଡପ ଅଭିଯୋଗ । ଗତ ଫନି ମହାବାତ୍ୟା ପ୍ରଭାବିତଙ୍କ ନିମନ୍ତେ ଅବକାରୀ ସୁପରଟେଣ୍ଡେଣ୍ଟ ଦଣ୍ଡପାଣି ବେହେରା ମଦ ବ୍ୟବସାୟୀଙ୍କ ଠାରୁ କୁଆଡେ ଆଦାୟ କରିଥିଲେ ୨ ଲକ୍ଷ ୫୦ ହଜାର ଟଙ୍କା କିନ୍ତୁ ଜିଲ୍ଲାପାଳଙ୍କ ଜରିଆରେ ଦେଇଥିଲେ ମାତ୍ର ୧ ଲକ୍ଷ ୩୦ ହଜାର । ବାକି ଟଙ୍କା ଆତ୍ମସାତ ନେଇ ଖବର ପହଞ୍ଚିଛି ମୁଖମନ୍ତ୍ରୀଙ୍କ ପାଖରେ । ଅବକାରୀ ବିଭାଗ ସଚିବ ରାୟଗଡା ଜିଲ୍ଲାପାଳଙ୍କୁ ପତ୍ର ଲେଖି ଏଭଳି ଅଭିଯୋଗର ତଦନ୍ତ କରିବା ସହ ସଂପୂର୍ଣ୍ଣ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଅବକାରୀ ସୁପରଟେଣ୍ଡେଣ୍ଟଙ୍କ ନାମରେ ଫନି ଟଙ୍କା ହଡପ ଅଭିଯୋଗ

ତେବେ ସୁପରଟେଣ୍ଡେଣ୍ଟ ବେହେରା ଏଭଳି ଅଭିଯୋଗକୁ ଅସ୍ବୀକାର କରିଥିବା ବେଳେ ଏହା ତାଙ୍କ ବିରୋଧରେ ଷଡଯନ୍ତ୍ର ବୋଲି କହିଛନ୍ତି । ଅନ୍ୟପକ୍ଷେ ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶରେ ଏହାର ତଦନ୍ତ ଚାଲୁ ରହିଥିବା କହିଛନ୍ତି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା । ତେବେ ରାଜ୍ୟରେ ଏବେ 5‘ଟି’ ଶାସନ ଚାଲିଥିବା ବେଳେ ତଦନ୍ତ ରିପୋର୍ଟ ଉପରେ ସମସ୍ତଙ୍କ ରହିଛି ସମସ୍ତଙ୍କ ନଜର ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details