ଓଡିଶା

odisha

ETV Bharat / state

ଆରମ୍ଭ ହେଲା ମାଁ ମଝିଘରିଆଣୀଙ୍କ ଚୈତ୍ର ପର୍ବ ଓ ଝାମୁଯାତ୍ରା - ଆରମ୍ଭ ହେଲା ମା ମଝିଘରିଆଣୀଙ୍କ ଚୈତ୍ର ପର୍ବ ଓ ଝାମୁଯାତ୍ରା

ଆରମ୍ଭ ହୋଇଯାଇଛି ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା' ମଝିଘରିଆଣୀଙ୍କ ବାର୍ଷିକ ଚୈତ୍ର ପର୍ବ ଓ ଝାମୁଯାତ୍ରା । ମାଁ'ଙ୍କ କରୁଣା ଲାଭ ପାଇଁ ରାଜ୍ୟ ତଥା ରାଜ୍ୟବାହାରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ଅଧିକ ପଢନ୍ତୁ

ଆରମ୍ଭ ହେଲା ମାଁ ମଝିଘରିଆଣୀଙ୍କ ଚୈତ୍ର ପର୍ବ ଓ ଝାମୁଯାତ୍ରା
ଆରମ୍ଭ ହେଲା ମାଁ ମଝିଘରିଆଣୀଙ୍କ ଚୈତ୍ର ପର୍ବ ଓ ଝାମୁଯାତ୍ରା

By

Published : Apr 15, 2022, 3:29 PM IST

ରାୟଗଡା:ଆରମ୍ଭ ହୋଇଯାଇଛି ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା' ମଝିଘରିଆଣୀଙ୍କ ବାର୍ଷିକ ଚୈତ୍ର ପର୍ବ ଓ ଝାମୁଯାତ୍ରା । ଏହା ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ଏପ୍ରିଲ ୧୬ତାରିଖ ପର୍ଯ୍ୟନ୍ତ ଚାଲିବ । ମାଁ'ଙ୍କ କରୁଣା ଲାଭ ପାଇଁ ରାଜ୍ୟ ତଥା ରାଜ୍ୟବାହାରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ମାଁ'ଙ୍କ ଆରତୀ, ଷୋଡଶ ଉପଚାର ପୂଜା ସହିତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଚାଲିଛି । ଏଥିସହିତ ଆଜି ମାଁଙ୍କୁ ସୁନାବେଶ କରାଯାଇଥିବା ବେଳେ ଶାନ୍ତିଶୃଙ୍ଖଳାର ସହିତ ମାଁ'ଙ୍କ ଦର୍ଶନ କରୁଛନ୍ତି ଭକ୍ତ ।

ଆରମ୍ଭ ହେଲା ମାଁ ମଝିଘରିଆଣୀଙ୍କ ଚୈତ୍ର ପର୍ବ ଓ ଝାମୁଯାତ୍ରା

ଗତ ସୋମବାରରେ ଜଳଯାତ୍ରା ସହ ଆଙ୍କୁରାରୋପଣ ପୂଜା କାର୍ଯ୍ୟକ୍ରମ ପରେ ଯଜ୍ଞ, ଅଗ୍ନିସଂସ୍କାର, ଚଣ୍ଡୀପାଠ, ହୋମ ସହ ରାତ୍ରରେ ମାଁ'ଙ୍କ ପାଦ ଉଠାଣୀ କାର୍ଯ୍ୟକ୍ରମ ରହିଛି । ପ୍ରତ୍ୟେକ ଦିନ ଭିନ୍ନଭିନ୍ନ ନିତୀକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ନେଇ ସୂଚୀ ରହିଛି । ମା'ଙ୍କ ଚୈତ୍ର ପର୍ବ ପାଇଁ ସହରବାସୀଙ୍କ ସମେତ ଜିଲ୍ଲା ବାହାରୁ ମଧ୍ୟ ବହୁ ଶ୍ରଦ୍ଧାଳୁ ମନ୍ଦିରକୁ ଆସି ମା'ଙ୍କ କୃପା ଲାଭ କରିବା ସହ ଖୁସିବ୍ୟକ୍ତ କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details