ରାୟଗଡା:ଦାଉ ସାଧିଲା ବର୍ଷା ପବନ । ରାତିରେ ଶୋଇଥିବା ବେଳେ ଭାଙ୍ଗିଲା ଘରର ଆଜେବେଷ୍ଟ । ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାର(family member narrowly escaped) । ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମରେ ଏହି ଅଘଟଣ ଘଟିଛି । ଲଗାଣ ବର୍ଷା ଯୋଗୁଁ ଗ୍ରାମର ଦିନ ମଜୁରିଆ ତରୁଣି ଛାତିଙ୍କ ଆଜବେଷ୍ଟ ଘର ଛାତ ଭୁଶୁଡି ଯାଇଛି । କିନ୍ତୁ ସୌଭାଗ୍ୟବଶତଃ ତାଙ୍କ ପରିବାରର ୭ ଜଣ ସଦସ୍ୟ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ତେବେ ସମସ୍ତଙ୍କ ଜୀବନ ସିନା ବଞ୍ଚି ଯାଇଛି, ହେଲେ ଘର ଭାଙ୍ଗିବା ପରେ ଏହି ପରିବାର ଏବେ ବାସହରା ହୋଇଯାଇଛନ୍ତି ।
ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ତରୁଣି ଛାତିଙ୍କ ଘର ଖୁବ୍ ଦୁର୍ବଳ ହୋଇଯାଇଥିଲା । ଫଳରେ ସମସ୍ତେ ଖାଇପିଇ ଶୋଇଥିବା ସମୟରେ ହଠାତ୍ ଆଜେବେଷ୍ଟ ଭାଙ୍ଗି ଯାଇଥିଲା । ଏହାଦେଖି ପରିବାର ଲୋକେ ଚିତ୍କାର କରି ବାହାରକୁ ଦୌଡି ପଳାଇ ଆସିଥିଲେ । ସେମାନଙ୍କ ପାଟି ଶୁଣି ଗାଁ ଲୋକେ ସେଠାରେ ରୁଣ୍ଡ ହୋଇଥିଲେ । ତେବେ ସେହି ସମୟରେ ଘର ଭିତରେ ଦୁଇ ଜଣ ନାବାଳିକା ଓ ଜଣେ ମହିଳା ଥିଲେ । ଗାଁ ଲୋକେ ଭଙ୍ଗା ଘର ଭିତରରୁ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । ଏହି ଦୁର୍ଘଟଣାରେ ତରୁଣିଙ୍କ ବୃଦ୍ଧା ମାଆଙ୍କ ମୁଣ୍ଡରେ ଆଘାତ ଲାଗିଛି । ଚିକିତ୍ସା ପାଇଁ ସେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ଏହାମଧ୍ୟ ପଢନ୍ତୁ:ରାୟଗଡା ମୁଖ୍ୟ ଚିକିତ୍ସାଳୟରୁ ପିଲା ଚୋରି, CCTVରେ କଏଦ ହେଲା ଅପହରଣ ଦୃଶ୍ୟ