ଓଡିଶା

odisha

ମାଓବାଦୀ ସାଜି ମାରୁଥିଲେ ପୋଷ୍ଟର ଜାଳୁଥିଲେ ଟ୍ରକ, 5 ଜଣଙ୍କୁ ବାନ୍ଧିଲା ପୋଲିସ

By

Published : Feb 14, 2022, 7:32 AM IST

ରାୟଗଡ଼ା ଜିଲ୍ଲାରେ ନକଲି ମାଓବାଦୀଙ୍କ ଉନ୍ମତକାଣ୍ଡ ଘଟଣା । ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲଗାଇବା ସହ ଠିକା ସଂସ୍ଥା କ୍ୟାମ୍ପରେ ଟ୍ରକ ପୋଡ଼ି ଦେଇଥିବା ଘଟଣାରେ 5 ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

fake maoists gang arrested in rayagada
ରାୟଗଡ଼ାରେ ନକଲି ମାଓ ପୋଷ୍ଟର ଓ ଟ୍ରକ ପୋଡ଼ିବା ଘଟଣା: ୫ ଗିରଫ

ରାୟଗଡ଼ା: ମାଓବାଦୀ ସାଜି ଜିଲ୍ଲାରେ ଖେଳାଇଥିଲେ ଆତଙ୍କ ଶେଷରେ 5 ନକଲି ମାଓବାଦୀଙ୍କୁ ଗିରଫ କରିଛି ପୋଲିସ । ଏମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲଗାଇବା ସହ ଠିକା ସଂସ୍ଥା କ୍ୟାମ୍ପରେ ଟ୍ରକ ପୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ 5ଜଣଙ୍କୁ ଗିରଫ କରିଛି ପୋଲିସ।

ରାୟଗଡ଼ାରେ ନକଲି ମାଓ ପୋଷ୍ଟର ଓ ଟ୍ରକ ପୋଡ଼ିବା ଘଟଣା: ୫ ଗିରଫ

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଗତ ୨୧ ତାରିଖ ରାତିରେ ସଦର ତହସିଲ ଅଫିସ ଫାଟକ ଏବଂ ବୁଡ଼ାଗୁଡ଼ା ଠାରେ ଥିବା ରାସ୍ତା ନିର୍ମାଣ ଠିକା ସଂସ୍ଥାର ଗୋଟିଏ ଟ୍ରକ ଓ ଟ୍ରଲି ପୋଡ଼ି ଦେବା ଘଟଣାର ପୋଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। 5 ଅଭିଯୁକ୍ତ ଶେଷଖାଲ ଥାନା ଅନ୍ତର୍ଗତ ହାଣ୍ଡିପଡୁ ଗ୍ରାମର ଗୋପାଳ ମଣ୍ଡିଆ, କାଶୀପୁର କଞ୍ଜାଙ୍ଗମଣ୍ଡି ଗ୍ରାମର ବଲି ମାଝୀ, ଟିକିରି ଥାନା ରାମପୁର ଗ୍ରାମର ସିମାଞ୍ଚଳ ମାଝୀ, ସନ୍ତୋଷ ରାୟ ଦୁଡୁକାବହାଲ ଗ୍ରାମର ଜୟନ୍ତ ନାଏକଙ୍କୁ ପୋଲିସ ଗିରଫ କରିଥିବା ସୂଚନା।

ତେବେ ଗିରଫ ହୋଇଥିବା 5ଜଣ ଅଭିଯୁକ୍ତ ମାଓବାଦୀ ହୋଇନଥିବା ରାୟଗଡ଼ା ଏସପି ସୂଚନା ଦେଇଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ ରାତାରାତି କୋର୍ଟ ଚାଲାଣ କରାଯାଇଛି। ରାୟଗଡ଼ା ଏସଡିପିଓ ଦେବଜିତ ଦାସ ଓ ଥାନା ଅଧିକାରୀ ସୁକୁମା ହାଁସଦା ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତଙ୍କୁ କାବୁ କରିଥିଲେ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details