ଓଡିଶା

odisha

ETV Bharat / state

ରାୟଗଡାରୁ ଦୁଇ ଲକ୍ଷ ମୂଲ୍ୟର ନକଲି ନୋଟ ଜବତ, ଅଭିଯୁକ୍ତ ଗିରଫ - ରାୟଗଡାରୁ ନକଲି ନୋଟ ଜବତ

ସୁନାମୁଦି ସାହିରେ ଥିବା ଜୋହନ ନାୟକ ଓରଫ ଯୋଗେନ୍ଦ୍ର ଠାରୁ 115ଟି 2 ହଜାର ଟଙ୍କିଆ ଅର୍ଥାତ ମୋଟ 2ଲକ୍ଷ 30ହଜାର ଟଙ୍କାର ନକଲି ନୋଟ ଜବତ କରିଛି ଟିକିରି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

By

Published : Nov 11, 2019, 11:31 PM IST

ରାୟଗଡା: ସ୍ଥାନୀୟ ଅଞ୍ଚଳରୁ ନକଲି 2 ହଜାର ଟଙ୍କିଆ ନୋଟ ଜବତ ସହ ଜଣକୁ ଗିରଫ କରିଛି ଟିକିରି ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ ଟିକିରି ପୋଲିସ ଚଢାଉ କରି ସୁନାମୁଦି ସାହିରେ ଥିବା ଜୋହନ ନାୟକ ଓରଫ ଯୋଗେନ୍ଦ୍ର ଠାରୁ 115ଟି 2 ହଜାର ଟଙ୍କିଆ ଅର୍ଥାତ ମୋଟ 2ଲକ୍ଷ 30ହଜାର ଟଙ୍କାର ନକଲି ନୋଟ ଜବତ କରିଛି । ଏଥିସହ ସମ୍ପୃକ୍ତ ଜୋହନକୁ ମଧ୍ୟ ଗିରଫ କରିଛି ପୋଲିସ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ତେବେ ଜବତ ନୋଟ ମଧ୍ୟରେ 4ଜିଏଚ464053 ନମ୍ବରର 55 ଖଣ୍ଡ ଏବଂ ଏକ୍ୟୁ06227 ନମ୍ବରର 60ଟି ନୋଟ ରହିଛି । ଟିକିରି ଅଞ୍ଚଳରେ ସମସ୍ତ ଜବତ ନୋଟଗୁଡିକୁ ପ୍ରଚଳନ କରାଇବାକୁ ଜୋହନ ଚେଷ୍ଟା କରୁଥିବା ବେଳେ ଟିକିରି ଥାନା ଅଧିକାରୀ ସୁଜ୍ଞାନୀ ସାହୁଙ୍କ ନେତୃତ୍ବରେ ତାକୁ ଗିରଫ କରାଯାଇଛି । ଏହି ଟଙ୍କା କେଉଁଠାରୁ ଓ କିପରି ଆସିଲା ଏବଂ ଏହି ଘଟଣାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାୟଗଡା ଏସପି ଡ଼ଃ ଶ୍ରବଣ ବିବେକ ଏମ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details