ଓଡିଶା

odisha

By

Published : Jul 17, 2021, 9:32 AM IST

ETV Bharat / state

ନିୟମଗିରି ଡଙ୍ଗରିଆଙ୍କ ପାଇଁ ଚକ୍ଷୁ ଅଧ୍ୟୟନ ଗବେଷଣା ପ୍ରକଳ୍ପର ଶୁଭାରମ୍ଭ

ଆଉ ରହିବନି ଆଦିମ ଜନଜାତି ଡଙ୍ଗରିଆଙ୍କ ଚକ୍ଷୁ ଜନୀତ ସମସ୍ୟା । ଏଥର ସେମାନଙ୍କୁ ବିନା ମୂଲ୍ୟରେ ଚକ୍ଷୁ ପରୀକ୍ଷା ସହ ଅସ୍ତ୍ରୋପ୍ରଚାର କରାଯାଇ ଚଷମା ପ୍ରଦାନ କରାଯିବ । ଅଧିକ ପଢନ୍ତୁ...

ନିୟମଗିରି ଡ଼ଙ୍ଗରିୟାଙ୍କ ପାଇଁ ଚକ୍ଷୁ ଅଧ୍ୟୟନ ଗବେଷଣା ପ୍ରକଳ୍ପର ଶୁଭାରମ୍ଭ
ନିୟମଗିରି ଡ଼ଙ୍ଗରିୟାଙ୍କ ପାଇଁ ଚକ୍ଷୁ ଅଧ୍ୟୟନ ଗବେଷଣା ପ୍ରକଳ୍ପର ଶୁଭାରମ୍ଭ

ରାୟଗଡା: ଏଣିକି ଆଦିମ ଜନ ଜାତି ଡ଼ଙ୍ଗରିଆ କନ୍ଧଙ୍କ ଚକ୍ଷୁ ସମସ୍ୟା ଦୂର ହେବ । ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ ଅନ୍ତର୍ଗତ କୁର୍ଲି ଗ୍ରାମ ପଞ୍ଚାୟତର ଖଜୁରୀ ଏବଂ କାଡ୍ରାଗୁମା ଗ୍ରାମରେ ଆଦିମ ଜନଜାତି ଡଙ୍ଗରିଆଙ୍କ ପାଇଁ ବିନା ଶୁଳ୍କରେ ଚକ୍ଷୁ ପରୀକ୍ଷା, ଅସ୍ତ୍ର ପ୍ରଚାର ଓ ଚଷମା ପ୍ରଦାନ ନିମନ୍ତେ ଓଡିଶା ଆଦିବାସୀ ଚକ୍ଷୁ ଅଧ୍ୟୟନ ଗବେଷଣା ପ୍ରକଳ୍ପକୁ ଶୁକ୍ରବାର ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଶୁଭାରମ୍ଭ କରିଛନ୍ତି ।

ନିୟମଗିରି ଡ଼ଙ୍ଗରିୟାଙ୍କ ପାଇଁ ଚକ୍ଷୁ ଅଧ୍ୟୟନ ଗବେଷଣା ପ୍ରକଳ୍ପର ଶୁଭାରମ୍ଭ

ଭାରତ ସରକାରଙ୍କ ଜନଜାତି କଲ୍ୟାଣ ମନ୍ତ୍ରାଳୟ ସହାୟତାରେ ଓଡିଶା ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଅଧିନସ୍ଥ ଓଡିଶା ଆଦିମ ଜନଜାତି ସଶକ୍ତି କରଣ ଓ ଜୀବିକା ବିକାଶ କାର୍ଯ୍ୟକ୍ରମ (ଓ.ପି.ଲି.ପି) ଓ ଏଲ୍‍.ଭି.ପ୍ରସାଦ ଚକ୍ଷୁ ସଂସ୍ଥାନ ହାଇଦ୍ରାବାଦର ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯିବ ।

ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଦିମ ଜନଜାତି ଡଙ୍ଗରିଆ କନ୍ଧ ବସବାସ କରୁଥିବା ଚାଟିକଣା ଓ ପାର୍ସାଲିର ୮୭ ଗ୍ରାମର ୨୬୦୦ ପରିବାରର ୧୦୧୯୦ ଲୋକଙ୍କୁ ୩ ମାସ ମଧ୍ୟରେ ବିନି ମୂଲ୍ୟରେ ଚକ୍ଷୁ ପରୀକ୍ଷା କରାଯାଇ ଅସ୍ତ୍ରୋପ୍ରଚାର କରାଯିବ ଏବଂ ଚଷମା ପ୍ରଦାନ କରାଯିବ । ଆଉ ଏଥି ନିମନ୍ତେ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନ, ଏଲ୍‍.ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ଏବଂ ଓ.ପି.ଲି.ପିର ଆଦି ୩ଟି ସଂସ୍ଥା ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ହୋଇଛି ।

ରାୟଗଡାରୁ ରଞ୍ଜନ କୁମାର ନାଥ, ଇଟିଭି ଭାରତ

ABOUT THE AUTHOR

...view details