ରାୟଗଡ଼ା: ଅଭିଶପ୍ତ ଜୀବନ ଜିଉଁଛି ଶିଶୁକନ୍ୟା। ଆଖି ଥାଇ ମଧ୍ୟ ତା ପାଇଁ ସାରା ଦୁନିଆ ଅନ୍ଧାର। ଦୁଇ ଆଖିରେ ଦୁନିଆ ଦେଖି ହସି ଖେଳିବା ବୟସରେ ଜୀବନ ସହ ସଂଗ୍ରାମ କରିବାକୁ ପଡ଼ୁଛି । ଚିକିତ୍ସା ପରେ ଚିକିତ୍ସା ହେଉଛି, ହେଲେ ଫଳ ଶୂନ । ଅର୍ଥ ଅଭାବରୁ ଯାଇପାରୁନି ବଡ଼ ହସ୍ପିଟାଲକୁ । ଫଳରେ ଦିନକୁ ଦିନ ବିଗିଡିବାକୁ ଲାଗିଛି ଦୃଷ୍ଟିଶକ୍ତି । ରାୟଗଡା ଜିଲ୍ଲା କୋଲନରା ବ୍ଲକ କୁଦଲିମା ଗାଁର ନିରଞ୍ଜନ ପାତ୍ର ଓ କୁମାରୀ ପାତ୍ରଙ୍କ ୮ ବର୍ଷର ଝିଅ ମିତାଲି ପାତ୍ର ।
କୁନି ଆଖିକୁ ଝାପସା ଦିଶୁଛି ଦୁନିଆ... - ରାୟଗଜଡାର ମିତାଲିଙ୍କୁ ଦୃଷ୍ଟି ସମସ୍ୟା
ଆଖି ଥାଇ ମଧ୍ୟ ତା ପାଇଁ ସାରା ଦୁନିଆ ଅନ୍ଧାର । ଚିକିତ୍ସା ପରେ ଚିକିତ୍ସା ହେଉଛି, ହେଲେ ଫଳ ଶୂନ । ଏଭଳି ସଂଘର୍ଷ କରୁଛନ୍ତି ରାୟଗଡା ଜିଲ୍ଲା କୋଲନରା ବ୍ଲକ କୁଦଲିମା ଗାଁର ନିରଞ୍ଜନ ପାତ୍ର ଓ କୁମାରୀ ପାତ୍ରଙ୍କ ୮ ବର୍ଷର ଝିଅ ମିତାଲି ପାତ୍ର ।
ମିତାଲି ନିକଟସ୍ତ କେଉଁଝରି ପ୍ରାଥମିକ ବିଦ୍ୟାଳୟର ତୃତୀୟ ଶ୍ରେଣୀର ଛାତ୍ରୀ । ପାଠ ପଢିବା ସମୟରେ ଆଖିରେ ଯନ୍ତ୍ରଣା ସହ ଅତ୍ୟଧିକ ଲୁହ ବୋହିବାରୁ ବାପା ନିରଞ୍ଜନ ଜିଲ୍ଲା ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଇଥିଲେ । ଏଥିରେ ଭଲ ନହେବାରୁ ସହର ଉପଖଣ୍ଡ ପିତାମହଲସ୍ଥିତ ଏକ ଘରୋଇ ଚକ୍ଷୁ ଚିକିତ୍ସାଳୟରେ ମଧ୍ୟ ଚିକିତ୍ସା କରାଇଥିଲେ । ସେଠାରେ କିଛି ସୁଫଳ ନମିଳିବାରୁ ଭୁବନେଶ୍ବରରେ ଅଧିକ ଚିକିତ୍ସା ପାଇଁ ଡ଼ାକ୍ତର ପରାମର୍ଶ ଦେଇଥିଲେ । ଏବେ ମିତାଲିର ଚିକିତ୍ସାରେ ଅର୍ଥାଭାବ ସାଜିଛି ବାଧକ । ଏପଟେ କୁନିଝିଅର ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି ରାୟଗଡ଼ା ଉପଜିଲ୍ଲାପାଳ ।
ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ