ରାୟଗଡା:ନକ୍ସଲ ନାମରେ ମିଲ୍ ମାଲିକଙ୍କୁ ଟଙ୍କା ମାଗିବା ଅଭିଯୋଗରେ ଜଣେ ଯୁବକ ଗିରଫ। ଏହି ଘଟଣାରେ ଅନ୍ୟ ଜଣେ ଫେରାର ଥିବା ଜଣାପଡିଛି ।
ସୂଚନା ଅନୁଯାୟୀ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ମାଝିଗୁଡ଼ାର ଜଣେ ମିଲ ମାଲିକଙ୍କୁ ନକ୍ସଲ ନାମ କହି ଡରାଇ ଧମକାଇ ଲକ୍ଷାଧିକ ଟଙ୍କା ଆଦାୟ କରିଥିବା କଲ୍ୟାଣସିଂହପୁର ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରି ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ଭରତ ବାଚେଲି ଘର ଶେଷଖାଲ ଥାନା ଅନ୍ତର୍ଗତ ମହାବେକାକେଲି ବୋଲି ଜଣାପଡିଛି । ଆଉ ଜଣେ ଫେରାର ଅଭିଯୁକ୍ତଙ୍କ ନାମ ପୋଲିସ ଗୁପ୍ତ ରଖିଛି । ତାକୁ ବର୍ତ୍ତମାନ ପୋଲିସ ଖୋଜୁଛି।