ଓଡିଶା

odisha

ETV Bharat / state

ବାହ୍ୟମଳ ପରିଚାଳନା ପ୍ରକଳ୍ପ ଉଦଘାଟିତ

ରାୟଗଡା ଜିଲ୍ଲାର ପ୍ରଥମ ଗୁଣୁପୁର ନିକଟସ୍ଥ ଓକିଲଗୁଡା ଠାରେ ସେପ୍ଟିଜ ଟ୍ୟାଙ୍କ ଟ୍ରିଟମେଣ୍ଟ ମେଗା ପ୍ରକଳ୍ପକୁ ବୁଧବାର ଗୁଣୁପୁର ଉପଜିଲ୍ଲାପାଳ ସୋନାଲ ଜେନା ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ...

By

Published : Apr 1, 2021, 8:53 AM IST

ସେପ୍ଟିଜ ଟ୍ୟାଙ୍କ ଟ୍ରିଟମେଣ୍ଟ ମେଗା ପ୍ରକଳ୍ପ
ସେପ୍ଟିଜ ଟ୍ୟାଙ୍କ ଟ୍ରିଟମେଣ୍ଟ ମେଗା ପ୍ରକଳ୍ପ

ରାୟଗଡା: ବାହ୍ୟମଳ ପରିଚାଳନାରେ ଆଉ ପାଦେ ଆଗକୁ ବଢାଇଛି ରାୟଗଡା ଗୁଣପୁର ପୌର ପ୍ରଶାସନ । ରାୟଗଡା ଜିଲ୍ଲାର ପ୍ରଥମ ଗୁଣୁପୁର ନିକଟସ୍ଥ ଓକିଲଗୁଡା ଠାରେ ସେପ୍ଟିଜ ଟ୍ୟାଙ୍କ ଟ୍ରିଟମେଣ୍ଟ ମେଗା ପ୍ରକଳ୍ପକୁ ବୁଧବାର ଗୁଣୁପୁର ଉପଜିଲ୍ଲାପାଳ ସୋନାଲ ଜେନା ଉଦଘାଟନ କରିଛନ୍ତି ।

ବାହ୍ୟମଳ ପରିଚାଳନା ପ୍ରକଳ୍ପ ଉଦଘାଟିତ

ଏହାସହ ଗ୍ରୀନ ଟ୍ରିବୁନାଲ ଦ୍ୱାରା ଏହି ପ୍ରକଳ୍ପ ନିର୍ମିତ ହୋଇଥିବାବେଳେ 3 ଏକର ପରିମିତ ଜମିରେ 3 କୋଟି ଟଙ୍କା ବ୍ୟୟ ଅଟକଳରେ ଏହାର ନିର୍ମାଣ ହୋଇଛି । ଯାହାଫଳରେ ପରିବେଶ ପ୍ରଦୂଷଣ ରୋକା ଯାଇପାରିବ । ଏହା ସଙ୍ଗେସଙ୍ଗେ ବର୍ଜ୍ୟବସ୍ତୁରୁ ଉତ୍ପାଦିତ ସାର ପାରିବା ଚାଷରେ ବ୍ୟବହୃତ ହୋଇପାରିବ ।

ସେପ୍ଟିଜ ଟ୍ୟାଙ୍କ ଟ୍ରିଟମେଣ୍ଟ ମେଗା ପ୍ରକଳ୍ପ

ଏହି ଉଦଘାଟନୀ ସଭାରେ ଗୁଣୁପୁର ମ୍ୟୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମା ପ୍ରସାଦ ଦାସ, ସାଇ ବୈଷ୍ଣବୀ ଏଣ୍ଟରପ୍ରାଇଜର ପ୍ରକାଶ ରାଜ , ସନ୍ତୋଷ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details