ରାୟଗଡା: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀଙ୍କ ଉପଦ୍ରବ । କେତେବେଳେ ଜଙ୍ଗଲରୁ ଆସି ଚାଷ ଜମି ନଷ୍ଟ କଲେଣି ତ ପୁଣି କାହା ଘର ଭାଙ୍ଗି ଦେଲେଣି, ପୁଣି କେତେବେଳେ ହାତୀ ଆକ୍ରମଣରେ ମଣିଷର ଜୀବନ ଯାଉଛି । କିନ୍ତୁ ଏହାକୁ ରୋକିବାରେ ଫେଲ ହେଉଛି ବନବିଭାଗ । ରାୟଗଡା ଜିଲ୍ଲା କେନ୍ଦୁଗୁଡା ନିକଟସ୍ଥ ଗଜପତି ଜିଲ୍ଲା ସୀମାନ୍ତ ହସ୍ତିନାପୁର ଗ୍ରାମର ଧାନ ବିଲରେ ହାତୀ ଉପଦ୍ରଵ କରିଥିବା ଦେଖିବାକୁ ମିଳିଛି । ଫଳରେ ଗ୍ରାମରେ ଧାନ ବିଲରେ ବ୍ୟାପକ ଫସଲ ନଷ୍ଟ ହୋଇଛି ।
ରାୟଗଡାରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ - ରାୟଗଡାରେ ହାତୀ ଉପଦ୍ରବ
ରାୟଗଡା ଜିଲ୍ଲା ହସ୍ତିନାପୁର ଗ୍ରାମର ଧାନ ବିଲରେ ହାତୀ ଉପଦ୍ରଵ କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ରାୟଗଡାରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ
ରାୟଗଡାରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ
ଏନେଇ ଖବର ପାଇଁ ଘଟଣାସ୍ଥଳରେ ଗୁଡାରୀ ବନଖଣ୍ଡ ଅଧିକାରୀ ସଂଘମିତ୍ରା ଭୋଇ ପହଞ୍ଚି କ୍ଷୟକ୍ଷତିର ଆକଳନ କରିବା ସହ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି । ହସ୍ତିନାପୁର ଗ୍ରାମର ଭୂଷଣ ମାଝୀ, ଭୀମ ମାଝୀଙ୍କ ସହ ପ୍ରାୟ 10 ଜଣଙ୍କର 20ରୁ ଊର୍ଦ୍ଧ୍ବ ହେକ୍ଟର ଧାନ କ୍ଷେତରେ ଧାନ ତଳି ଖାଇ ହାତୀ ନଷ୍ଟ କରିଦେଇଥିବା ଦେଖିବାକୁ ମିଳିଛି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ