ଓଡିଶା

odisha

ETV Bharat / state

ମଦ ବେପାରୀଙ୍କ ଛତ୍ରଭଙ୍ଗ, ଦୁର୍ଗମ ଜଙ୍ଗଲରୁ ୬୦୦ ଲିଟର ଦେଶୀମଦ ଜବତ - ବେଆଇନ ଦେଶି ମଦ ରନ୍ଧା

ରାୟଗଡା ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ବ୍ୟାପକ ବେଆଇନ ଦେଶୀ ମଦ ରନ୍ଧା ଯାଉଥିବା ଖବରପାଇ ଅଚାନକ ଚଢାଉ କରାଯାଇଥିଲା ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ରାୟଗଡା

By

Published : Sep 23, 2019, 11:58 PM IST

ରାୟଗଡା: ଆକ୍ସନ ମୋଡରେ ରାୟଗଡ଼ା ପୁଲିସ ଏବଂ ଅବକାରୀ ବିଭାଗ । ଦେଶୀ ମଦଭାଟି ଉପରେ ଚଢ଼ାଉ କରାଯାଇ ୬୦୦ ଲିଟର ଦେଶୀ ମଦ ସହ ୩୦୦ ଲିଟର ପୋଚ ନଷ୍ଟ କରାଯାଇଛି । ରାୟଗଡା ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ବ୍ୟାପକ ବେଆଇନ ଦେଶି ମଦ ରନ୍ଧା ଯାଉଥିବା ଖବରପାଇ ଉଭୟଙ୍କ ପକ୍ଷରୁ ଅଚାନକ ଚଢାଉ କରାଯାଇଥିଲା ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ରାୟଗଡା

ସୋମବାର ଅବକାରୀ ବିଭାଗ ବିଶ୍ବସ୍ତ ସୁତ୍ରରୁ ଖବର ପାଇ, ପୁଟାସିଂ ଥାନା ଅନ୍ତର୍ଗତ ରୁପାପଦର ଗାଁ ଉପରେ ଚଢ଼ାଉ କରିଥିଲେ । ଗାଁ ଠାରୁ କିଛି ଦୂରରେ ଥିବା ଜଙ୍ଗଲରେ ବିପୁଳ ପରିମାଣର ଦେଶିମଦ ସହ ମହୁଲ ପୋଚ ଲୁଚାଯାଇଥିବା ଦେଖିବାକୁ ମିଳିଥିଲା ।

ପୁଲିସ ଏବଂ ଅବକାରୀ ସ୍କ୍ବାଡ଼କୁ ଦେଖି ମଦ ବେପାରିମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ଏହି ଟିମ ୩୦୦ ଲିଟର ମହୁଲ ପୋଚ ସହିତ ୨୦ଟି ଜାରକିନରେ ଥିବା ୬୦୦ ଲିଟର ପ୍ରସ୍ତୁତ ଦେଶୀମଦକୁ ନଷ୍ଟ କରିଥିଲେ ।

ଏହାସହ ମଦ ରାନ୍ଧିବା ଉପକରଣ ଓ ପୋଚ ପାଇଁ ବ୍ୟବହୃତ ପ୍ଲାଷ୍ଟିକ ଡ୍ରମ ଗୁଡ଼ିକୁ ଜବତ କରାଯାଇଛି । ତେବେ ଆଗାମୀ ଦିନରେ ଜିଳ୍ଲାର ବିଭିନ୍ନ ଅଞ୍ଚଳରେ ଚୋରା ମଦ ରୋକିବା ପାଇଁ ଏଭଳି ଅଚାନକ ଚଢ଼ାଉ କରାଯିବ ବୋଲି କହିଛନ୍ତି ରାୟଗଡ଼ା ଅବକାରୀ ଅଧିକ୍ଷକ ଦଣ୍ଡପାଣୀ ବେହେରା ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details