ଓଡିଶା

odisha

ETV Bharat / state

ରେଳବାଇର ଜବରଦଖଲ ଉଚ୍ଛେଦ, ବସ୍ତିବାସିନ୍ଦାଙ୍କ ବିରୋଧ - ରେଳବାଇର ଜବରଦଖଲ ଉଚ୍ଛେଦ

ରାୟଗଡ଼ା ରେଳବାଇ ଡିଭିଜନ କାର୍ଯ୍ୟାଳୟ ସ୍ଥାପନା ସହିତ ତୃତୀୟ ରେଳ ଧାରଣା ଓ ଷ୍ଟେସନ ପ୍ଲାଟଫର୍ମ ସମ୍ପ୍ରସାରଣ ପାଇଁ ରେଳବାଇର ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ରେଳବାଇର ଜବରଦଖଲ ଉଚ୍ଛେଦ
encroachment for railway wo

By

Published : Mar 26, 2023, 2:23 PM IST

ରେଳବାଇର ଜବରଦଖଲ ଉଚ୍ଛେଦ

ରାୟଗଡା: ଜିଲ୍ଲାରେ ରେଳବାଇ ଡିଭିଜନ ଓ ତୃତୀୟ ରେଳ ଧାରଣା ପାଇଁ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ରାୟଗଡ଼ା ରେଳବାଇ ଡିଭିଜନ କାର୍ଯ୍ୟାଳୟ ସ୍ଥାପନା ସହିତ ତୃତୀୟ ରେଳ ଧାରଣା ଓ ଷ୍ଟେସନ ପ୍ଲାଟଫର୍ମ ସମ୍ପ୍ରସାରଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିପାଇଁ ରେଳ ବିଭାଗର ସମସ୍ତ ଜମି ଖାଲି କରୁଛି ରେଳବାଇ । ଉଚ୍ଛେଦ କାର୍ଯ୍ୟକୁ ବିରୋଧ କରିଛନ୍ତି ବସ୍ତିବାସିନ୍ଦା ।

ରେଳବାଇ ଜମିରେ ଗଢ଼ି ଉଠିଥିବା ବସ୍ତି ଗୁଡ଼ିକର ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଏହି କ୍ରମରେ ରେଳ ଷ୍ଟେସନ ନିକଟରେ ଥିବା କୋଇଲାପଡା ବସ୍ତି ଉଚ୍ଛେଦ କରାଯାଇଛି । ଏହି ବସ୍ତିରେ ଥିବା ୧୨୬ଟି ଘରକୁ ଭାଙ୍ଗି ମାଟିରେ ମିଶାଇଛନ୍ତି ରେଳବାଇ କର୍ତ୍ତୃପକ୍ଷ । ଉଚ୍ଛେଦ ପରେ ପର୍ଯ୍ୟାୟ କ୍ରମେ ଅନ୍ୟବସ୍ତିରେ ମଧ୍ୟ ଉଚ୍ଛେଦ କାର୍ଯ୍ୟ କରାଯିବ ବୋଲି ସୂଚନା ଦେଇଛନ୍ତି ରେଳବାଇ କର୍ତ୍ତୃପକ୍ଷ।

ରେଳବାଇ ଜମିରେ ଗଢ଼ି ଉଠିଥିବା ବସ୍ତିମାନଙ୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ବନ୍ଦୋବସ୍ତ କରାଯାଇଥିଲା । ଏଭଳି କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ରହିଥିବା ଜାଗା ମିଶନ ଫଳକ ମଧ୍ୟ ଉପାଡି ଦିଆଯାଇଛି । ଜେସିବି ଦ୍ବାରା ଉଚ୍ଛେଦ କାର୍ଯ୍ୟ ହୋଇଥିଲା । ବସ୍ତିରେ ଥିବା ଲୋକେ ଏହାକୁ ତୀବ୍ର ବିରୋଧ କରିଛନ୍ତି । ସରକାର କୌଣସି ଥଇଥାନ ନକରି ଉଚ୍ଛେଦ କରାଯାଇଥିବା କାରଣରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅପରପକ୍ଷେ ରାୟଗଡ଼ାକୁ ପୂର୍ବତଟ ରେଳପଥର ନୂତନ ଡିଭିଜନ ଭାବେ ଘୋଷଣା କରିବାର ୪ ବର୍ଷ ପରେ ବହୁ ପ୍ରତିକ୍ଷୀତ ରାୟଗଡା ରେଳ ଡିଭିଜନ୍ ନିର୍ମାଣ ପାଇଁ ସଜବାଜ ଆରମ୍ଭ କରିଛି ରେଳ ବିଭାଗ ।

ଏହା ବି ପଢନ୍ତୁ... ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ କିନ୍ନର ସମାଜ ଦେଲା ରୂପା ଇଟା

ଗୋଟିଏ ପଟେ ଓଡିଶାବାସୀଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଥିବା ବେଳେ ଅନ୍ୟ ପଟେ ରେଳ ଡିଭିଜନ ପାଇଁ ଧିରେ ଧିରେ ବାଟ ଖୋଲିବାରେ ଲାଗିଛି । ରେଳ ଡିଭିଜନ୍ ନିର୍ମାଣ ପାଇଁ ବିଭାଗର ମୁଖ୍ୟ ସମସ୍ୟା ହେଉଛି ରେଳ ବିଭାଗ ଜମି ଜବାରଦଖଲକାରୀଙ୍କ କବଜାରେ ରହିଛି । ରାୟଗଡା ସହରରେ ଛୋଟ ବଡ ୪୫ ଖଣ୍ଡ ବସ୍ତି ରହିଥିବା ବେଳେ ସେଥି ମଧ୍ୟରୁ ପୌରପରିଷଦ ଏବଂ ରାଜସ୍ବ ଜମିରେ 20 ଖଣ୍ଡ ବସ୍ତି ଗଢି ଉଠିଥିବା ବେଳେ ବାକି ୨୫ ଖଣ୍ଡ ବସ୍ତି ରେଳବାଇ ଜମିରେ ରହିଛି । ତେବେ ନୂତନ ରେଳ ଡିଭିଜନ ପାଇଁ 300 ଏକର ଜମିର ଆବଶ୍ୟକ ରହିଛି ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details