ରାୟଗଡା:ଦିନକୁ ଦିନ ରାଜ୍ୟରେ ହାତ ଉପଦ୍ରବ ବଢିବାରେ ଲାଗିଛି । ଜଙ୍ଗଲରେ ନ ରହି ଜନବସତୀ ମୁହାଁ ହେଉଛନ୍ତି ହାତୀପଲ । ଏନେଇ ଲୋକଙ୍କଠାରେ ଆତଙ୍କ ଖେଳାଉଥିବା ବେଳେ ବନ ବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ରାୟଗଡା ଜିଲ୍ଲା ଗୁଣପୁର ଅଞ୍ଚଳରେ ୬ ଟିକିଆ ହାତୀ ପଲ ଘୁରି ବୁଲୁଛନ୍ତି । ଯାହା ଫଳରେ ଚାଷୀମାନେ ଅନେକ ସମସ୍ୟା ଭୋଗୁଛନ୍ତି । ସେପଟେ ହାତୀ ଘଉଡାଇବାକୁ ଯାଇ ବନ ବିଭାଗ ନୟାନ୍ତ ହୋଇଥିବା ଦେଖିବାକୁ ମିଳିଛି (elephants in gunupur)।
ଗୁଣପୁର ଅଞ୍ଚଳରେ ୬ ଟିକିଆ ହାତୀ ପଲଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ଦୀର୍ଘ ଦିନ ହେବ ଲିମାବେଡା ଓ ଏସପି ଗୁଡାଅଞ୍ଚଳରେ ଏହି ହାତୀ ପଲ ଘୁରି ବୁଲୁଛନ୍ତି । ଯାହା ଉଭୟ ବନ ବିଭାଗ ଏବଂ ଚାଷୀଙ୍କ ପାଇଁ ସମସ୍ୟା ପାଲଟିଛି । ହାତୀପଲ ଜଙ୍ଗଲରୁ ବାହାରି ସ୍ଥାନୀୟ ଅଞ୍ଚଳରେ ଥିବା ଫସଲ ନଷ୍ଟ କରିବାରେ ଲାଗିଛନ୍ତି । ସନ୍ଧ୍ୟା ହେବା ମାତ୍ରେ ଧୀରେଧୀରେ ସହର ମୁହାଁ ହଉଥିବା ଦେଖିବାକୁ ମିଳୁଛି । କ୍ଷେତରେ ଫସଲ ଯେତିକି ଖାଉଛନ୍ତି ତାଠାରୁ ଅଧିକ ଦଳି ଚକଟି ନଷ୍ଟ କରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଚାଷୀ ମୁଣ୍ଡରେ ହାତ ଦେଇଛି ।