ଓଡିଶା

odisha

By ETV Bharat Odisha Team

Published : Dec 22, 2023, 6:19 AM IST

ETV Bharat / state

କଲ୍ୟାଣସିଂହପୁର ଅଞ୍ଚଳରେ ହାତୀ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ

Elephant herd terror in Rayagada: ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ୪ଟି ପଞ୍ଚାୟତରେ ହାତୀପଲ ଯାତାୟାତ । ହାତୀଙ୍କୁ ବିରକ୍ତ ନ କରି ବନ ବିଭାଗକୁ ସୂଚନା ଦେବା ପାଇଁ ବନାଞ୍ଚଳ ଅଧିକାରୀଙ୍କ ପରାମର୍ଶ । ଅଧିକ ପଢନ୍ତୁ

ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ଅଞ୍ଚଳରେ ହାତୀ ଆତଙ୍କ
ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ଅଞ୍ଚଳରେ ହାତୀ ଆତଙ୍କ

ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ଅଞ୍ଚଳରେ ହାତୀ ଆତଙ୍କ

ରାୟଗଡା: କଲ୍ୟାଣସିଂହପୁର ବ୍ଲକର ୪ଟି ପଞ୍ଚାୟତରେ ହାତୀପଲଙ୍କ ଗତିବିଧି ବୃଦ୍ଧି ପାଇଛି । ପ୍ରାୟ ମାସେ ହେଲା ୩ଟିକିଆ ହାତୀପଲଙ୍କ ଗତିବିଧି ରହିଥିଲେ ସୁଦ୍ଧା ଏଯାଏଁ କ୍ଷୟକ୍ଷତି ଘଟାଇ ନାହାନ୍ତି | ତଥାପି ବନ ବିଭାଗ ପକ୍ଷରୁ ଏହାକୁ ନେଇ ସଚେତନ କରାଯାଇ ହାତୀଙ୍କୁ ଆକ୍ରମଣ ନକରିବା ପାଇଁ କୁହାଯାଇଛି । ଗତ ଗୁରୁବାର କଲ୍ୟାଣସିଂହପୁର-ରାୟଗଡ଼ା ମୁଖ୍ୟରାସ୍ତାର ଖସିଗୁଡା ଓ ପଡେଇକାନି ମଝିରେ ହାତୀପଲ ବୁଲୁଥିବା ସ୍ଥାନୀୟ ଏ. ବିଜୟ କୁମ୍ଭାର, ଶ୍ୟାମଧର ହିମିରିକା, କମେଶ୍ଵର ପିଡ଼ିସିକା ରୋହିଦାସ ପିଡ଼ିସିକା ଜଙ୍ଗଲ ବିଭାଗକୁ ଖବର ଦେଇଛନ୍ତି | ଏହି ହାତୀପଲକୁ ସ୍ଥାନୀୟ ଲୋକେ ଘଉଡ଼ାଇବାରୁ ଜଙ୍ଗଲ ଭିତରକୁ ଭିତରକୁ ଚାଲି ଯାଇଥିଲେ ।

ଖବର ପାଇବା ପରେ ବନ ବିଭାଗ କର୍ମଚାରୀ ମାନେ ଖସିଗୁଡ଼ା ଓ ପଡେଇକାନି ଗାଁରେ ପହଞ୍ଚି ଲୋକଙ୍କୁ ସଚେତନ କରିଥିଲେ ଏବଂ ହାତୀଙ୍କୁ ଆକ୍ରମଣ ନ କରିବାକୁ ପରାମର୍ଶ ଦେଇଥିଲେ | ନଚେତ୍ ହାତୀପଲ ଜଙ୍ଗଲକୁ ନ ଯାଇ ଗାଁ ମୁହାଁ ହେବା ସହ ଫସଲ ଓ ଘରଦ୍ଵାର ନଷ୍ଟ କରି ପାରନ୍ତି ବୋଲି ବନ ଅଧିକାରୀ ସୂଚନା ଦେଇଥିଲେ । ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗ, ବନପାଳ ସହଦେବ ରାଉତ, ବନରକ୍ଷୀ ଅକ୍ଷୟ ମିଶ୍ର, ସୁବାସ ଶବରଙ୍କ ସମେତ ସ୍କ୍ୱାଡ୍‌ ପହଞ୍ଚି ଲୋକଙ୍କୁ ସଚେତନ କରିବା ସହିତ ହାତୀଙ୍କ ପିଛା କରି ପୁଣି ଜଙ୍ଗଲ ମଧ୍ୟକୁ ଘଉଡାଇବାକୁ ଚେଷ୍ଟା କରିଥିଲେ । ଏସମ୍ପର୍କରେ ରେଞ୍ଜର ଚନ୍ଦନ ଗମାଙ୍ଗ କହିଥିଲେ ଯେ ବର୍ତ୍ତମାନ ୩ଟି ହାତୀ ପୂଜାରୀଗୁଡା ବନାଞ୍ଚଳର ଲତଗୁଡା ଓ କାନ୍ଧ ପରିଡିଗୁଡା ପାହାଡ଼ ଉପରେ ରହିଛନ୍ତି । ସଂଧ୍ୟାରେ ଜଙ୍ଗଲକୁ ଚାଲିଯିବେ ।

ଏହା ମଧ୍ୟ ପଢନ୍ତୁ ...ତାଣ୍ଡବ ରଚିଲେ ହାତୀପଲ, ଫସଲ ନଷ୍ଟ କରିବା ସହ ଭାଙ୍ଗିଲେ ଘର

ଏହି ଅଞ୍ଚଳରେ ପୁନଃ ହାତୀ ଦେଖା ଗଲେ ତୁରନ୍ତ ସୂଚନା ଦେବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ତେବେ ରାୟଗଡା କଲ୍ୟାଣସିଂହପୁର ବ୍ଲକର ନାରାୟଣପୁର ଓ ପୂଜାରିଗୁଡ଼ା ପଞ୍ଚାୟତରେ ହାତୀ ଦେଖ୍ ଲୋକେ ଭୟଭୀତ ହୋଇରହିଥିବା ଦେଖିବାକୁ ମିଳିଛି । କିଛିଦିନ ଦେବ ଏକ ହାତୀପଲ କରପା ପଞ୍ଚାୟତ ଦେଇ ନାରାୟଣପୁର, ପୂଜାରିଗୁଡା ପଞ୍ଚାୟତର ରାଉତପରଡିଗୁଡା, ଲଟାଗୁଡା, ପଡେଇକାନୀ ଅଞ୍ଚଳରେ ବୁଲୁଥିବା ଦେଖିବାକୁ ମିଳିଥିଲା । ଆଜି କଲ୍ୟାଣସିଂହପୁରଠାରୁ ରାୟଗଡ଼ା ଯିବା ମୁଖ୍ୟରାସ୍ତାର ଖସିଗୁଡ଼ା ବାହାରିଥିବା ଓ ପଡ଼େଇକାନି ଗାଁ ନିକଟରେ ହାତୀପଲ ବୁଲୁଥିବା ଦେଖିବାକୁ ମିଳିଛି । ଏହି ହାତୀ ପଲ ମାଣ୍ଡିଆ ଖାଇଯିବା ସହ ଧାନ, କାନ୍ଦୁଲ, ସହ ଅନେକ କପା ଗଛ ମାଡିମୋକଚି ଦେଇ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି । ତେବେ ହାତୀଙ୍କୁ ବିରକ୍ତ ନକରି ଦେଖିବା ସଙ୍ଗେ ସଙ୍ଗେ ବନ ବିଭାଗକୁ ସୂଚନା ଦେବା ପାଇଁ ପରାମର୍ଶ ଦେଇଛନ୍ତି ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗ ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details