ଓଡିଶା

odisha

ETV Bharat / state

ଆନ୍ଧ୍ର-ଓଡିଶା ସୀମାନ୍ତରେ ହାତୀ ଆତଙ୍କ - ସୀମାନ୍ତରେ ପୁଣି ହାତୀ ଆତଙ୍କ

ସୀମାନ୍ତରେ ପୁଣି ହାତୀ ଆତଙ୍କ । ଓଡ଼ିଶା, ଆନ୍ଧ୍ର ସୀମାନ୍ତରେ ସକାଳୁ ସକାଳୁ ବଣୁଆ ହାତୀପଲ ପଶି ଆସିଛନ୍ତି । ଏହି ହାତୀପଲରେ 12ଟି ହାତୀ ଥିବାବେଳେ ଏମାନେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ସିତମପେଟା ଜଙ୍ଗଲରୁ ଆସିଥିବାର ଜଣାପଡିଛି ।

elephant enter into andhra-odisha border
ଆନ୍ଧ୍ର-ଓଡିଶା ସୀମାନ୍ତରେ ହାତୀ ଆତଙ୍କ

By

Published : Dec 17, 2019, 10:17 AM IST

ରାୟଗଡା: ସୀମାନ୍ତରେ ପୁଣି ହାତୀ ଆତଙ୍କ । ଘଟଣା ଘଟିଛି ରାୟଗଡ଼ା ସଦର ମହକୁମାର ୨୫କିଲୋମିଟର ଆନ୍ଧ୍ର ସୀମାନ୍ତ କେରେଡ଼ା ପଞ୍ଚାୟତର ଅନିଜି ଗାଁରେ । ଓଡ଼ିଶା, ଆନ୍ଧ୍ର ସୀମାନ୍ତରେ ସକାଳୁ ସକାଳୁ ବଣୁଆ ହାତୀପଲ ପଶି ଆସିଛନ୍ତି ।

ଏହି ହାତୀପଲରେ 12ଟି ହାତୀ ଥିବାବେଳେ ଏମାନେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ସିତମପେଟା ଜଙ୍ଗଲରୁ ଆସିଥିବାର ଜଣାପଡିଛି । ଏହି ହାତୀପଲ ପାର୍ବତୀପୁରର ଝଞ୍ଜାବତୀ ଡ୍ୟାମ କୂଳେ କୂଳେ କମରଡ଼ା ଦେଇ ରାମଭଦ୍ରମପୁରମ, ପାର୍ବତୀପୁରମ ଦେଇ ଅନିଜାଗାଁର ଜଙ୍ଗଲରେ ପ୍ରବେଶ କରିଥିବାର ଗ୍ରାମବାସୀ କହିଛନ୍ତି । ରାୟଗଡା ଜିଲ୍ଲାର ସୀମାନ୍ତ ଗ୍ରାମ କେରେଡା, ଅନିଜା, ବୋରୁ ହାଲୁଆ ଗ୍ରାମ, ଆମ୍ପାଲୱାଲାସା ଗାଁ ଗୁଡିକରେ ହାତୀ ଗୁଡିକ ପଶି ବ୍ୟାପକ ଫସଲ ନଷ୍ଟ କରିଥିବା ଜଣାପଡିଛି ।

ଆନ୍ଧ୍ର-ଓଡିଶା ସୀମାନ୍ତରେ ହାତୀ ଆତଙ୍କ

ତେବେ ଜଙ୍ଗଲ ବିଭାଗ ପକ୍ଷରୁ ତାଲିମ ପ୍ରାପ୍ତ 5ଟି ସ୍କ୍ବାର୍ଡ ମୁତୟନ କରାଯାଇଛି । ସେମାନେ ପ୍ରଥମେ ହାତୀଙ୍କ ଗତିବିଧି ଉପରେ ନଜର ରଖିବେ ବୋଲି କହିଛନ୍ତି ରାୟଗଡ଼ା ଜଙ୍ଗଲ ବିଭାଗ ଏସିଏଫଓ । ଗତ ବର୍ଷ ମଧ୍ୟ ହାତୀପଲ ଘଉଡିବା ପାଇଁ ନାକେଦମ ହୋଇଥିବା ଜଙ୍ଗଲ ବିଭାଗ ଆଗକୁ କଣ ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details