ରାୟଗଡା: ପୁଣି ଜିଲ୍ଲାରେ ଆତଙ୍କ ଖେଳାଇଲେ ଗଜରାଜ । ତିନୋଟି ଘର ଭାଙ୍ଗିଲେ ହାତୀପୋଲ । ଭୟରେ ରାତି ଅଧରେ ଘର ଛାଡି ନିକଟସ୍ଥ ଜଙ୍ଗଲରେ ରାତ୍ରୀଯାପନ କଲେ ଲୋକେ ।
କଳାହାଣ୍ଡି ସୀମାନ୍ତ ମୁନିଗୁଡା ରେଞ୍ଜ ଅଧିନସ୍ଥ ରଘୁବାରି, ଡିମିରିଗୁଡା ଓ ଇଚ୍ଛାପୁର ପଞ୍ଚାୟତରେ ଏକ ହାତୀପୋଲ ପ୍ରାୟ ମାସେ ହେବ ଆତଙ୍କ ସୃଷ୍ଟି କରୁଛନ୍ତି । ଗତରାତିରେ ଏହି ହାତୀପୋଲ ଇଚ୍ଛାପୁର ପଞ୍ଚାୟତ ଅନ୍ତର୍ଗତ ଡେଙ୍ଗିସୁର ଗାଁର ୩ଟି ଘରକୁ ଭାଙ୍ଗି ନଷ୍ଟ କରିଦେଇଛନ୍ତି । ହାତୀପୋଲଙ୍କୁ ଦେଖି ଲୋକେ ରାତି ଅଧରେ ନିକଟସ୍ଥ ଜଙ୍ଗଲରେ ଆଶ୍ରୟ ନେଇ ଆଜି ସକାଳୁ ପ୍ରାଣ ଭୟରେ ଗାଁ ଛାଡି ନିକଟ ବାମନଦେଓ ଗାଁରେ ଆଶ୍ରୟ ନେଇଛନ୍ତି । ଏହି ହାତୀପୋଲରେ ୧୦ ରୁ ୧୨ଟି ହାତୀ ଥିବା ଜଣା ପଡିଛି ।