ଓଡିଶା

odisha

By

Published : Sep 2, 2019, 11:54 PM IST

ETV Bharat / state

ଇଲେକ୍ଟ୍ରି ତାର ଛିଡ଼ି ଜଣେ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର

ସାଇକେଲ ଆରୋହୀଙ୍କ ଉପରେ ଛିଡ଼ି ପଡ଼ିଲା ଇଲେକ୍ଟ୍ରି ତାର । ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି।

ଫଟୋ ସୌଜନ୍ଯ: ସମ୍ବାଦଦାତା,ରାୟଗଡ଼ା

ରାୟଗଡ଼ା: ଇଲେକ୍ଟ୍ରି ତାର ଛିଡି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ତେବେ ଆହତ ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏପରି ଦୁଖଃଦ ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଉର୍ଲାଯୋଡି ଗ୍ରାମରେ ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା,ରାୟଗଡ଼ା

ମୃତକ ଜଣଙ୍କ ହେଉଛନ୍ତି ଶୁଙ୍କପାଡି ଗ୍ରାମର ପୁରୁ ପିଡିକାକା । ଆହତ ଦାସରୀ କୁଟ୍ରୁକାକୁ ଗୁରୁତର ଅବସ୍ଥାରେ ବିଷମକଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସୋମବାର ସନ୍ଧ୍ୟାରେ ଏହି ଦୁଇ ଜଣ ସାଇକେଲ ଯୋଗେ ଆସୁଥିବା ବେଳେ ଉର୍ଲାଯୋଡି ଗ୍ରାମର ଅଙ୍ଗନୱଡି କେନ୍ଦ୍ର ନିକଟରେ ହଠାତ ଇଲେକ୍ଟ୍ରି ତାର ଛିଡିଯାଇଥିଲା । ଫଳରେ ତାର ଲାଗି ଘଟଣାସ୍ଥଳରେ ହିଁ ପୁରୁର ମୃତ୍ୟୁ ଘଟିଛି ।

ଦୁର୍ଘଟଣା ପରେ ଗ୍ରାମବାସୀ କ୍ଷତିପୂରଣ ଦାବି ନେଇ ଲୋକେ ଶବ ରଖି ଅବରୋଧ କରିଛନ୍ତି । ଖବରପାଇ ଘଟଣାସ୍ଥଳରେ ବିଷମକଟକ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details