ରାୟଗଡ଼ା: ସହରରେ ଖୁବ ଶୀଘ୍ର ସମାଧାନ ହେବାକୁ ଯାଉଛି ବିଦ୍ୟୁତ ସମସ୍ୟା । ଦିନକୁ ଦିନ ବିଦ୍ୟୁତ କାଟ ସାଙ୍ଗକୁ ଲୋ ଭୋଲଟେଜ ନେଇ ହନ୍ତସନ୍ତ ହେଉଥିଲେ ଗ୍ରାହକ । ଯାହାକୁ ନଜରରେ ରଖି ସାଉଥକୋ ପକ୍ଷରୁ ବିଦ୍ୟୁତ ବିତରଣ ପଏଣ୍ଟ ବଢାଇବାର ଯୋଜନା ଆରମ୍ଭ ହୋଇଛି ।
ରାୟଗଡ଼ା ବାସୀଙ୍କୁ ଆଶ୍ବସ୍ତି, ଦୂର ହେବ ବିଦ୍ୟୁତ ସମସ୍ୟା
ରାୟଗଡାରେ ଦିନକୁ ଦିନକୁ ବଢିଚାଲିଥିଲା ବିଦ୍ୟୁତ ସମସ୍ୟା । ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ସାଉଥକୋ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡ଼ା
ସହରକୁ 4 ଭାଗରେ ବିଭକ୍ତ କରି ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ର, ପାନୀୟ ଜଳ ଯୋଗାଣ ପାଇଁ ଜନସ୍ବାସ୍ଥ୍ୟ ବିଭାଗକୁ ଅବିରତ ବିଦ୍ୟୁତ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି । ତେବେ ଏଥିପାଇଁ ଆବଶ୍ୟକ ପଡୁଥିବା ଉଚ୍ଚଶକ୍ତି ସମ୍ପୂର୍ଣ୍ଣ ଟ୍ରାନ୍ସଫର୍ମରକୁ ସ୍ଥାନୀୟ ସିରିଗୁଡାର କଣ୍ଟ୍ରୋଲ ରୁମରେ ଅବସ୍ଥାପନା କରାଯାଇଛି ।
ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ