ଓଡିଶା

odisha

ETV Bharat / state

ନିର୍ବାଚନୀ ରାଜନୀତିରେ ତାତୁଛି ରାୟଗଡା

ରାୟଗଡାରେ ଚତୁର୍ମୂଖୀ ଲଢେଇ । ନିର୍ଣ୍ଣାୟକ ଭୂମିକା ନେଇପାରେ ଝୋଡିଆ ଭୋଟ । ଫୋକସରେ କଂଗ୍ରେସର ବିଦ୍ରୋହୀ ପ୍ରାର୍ଥୀ ମକରନ୍ଦ ମୁଦୁଲି ।

By

Published : Mar 29, 2019, 11:40 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡା: ରାଜ୍ୟରେ ସବୁବେଳେ ଗରୁତ୍ୱ ବହନ କରିଆସିଛି ରାୟଗଡ଼ା ରାଜନୀତି। ଏଠାରୁ ପ୍ରତିନିଧିତ୍ୱ କରି ଗିରିଧର ଗମାଙ୍ଗ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେହିପରି ରାମଚନ୍ଦ୍ର ଉଲ୍ଲାକା କ୍ୟାବିନେଟ ମନ୍ତ୍ରୀ ଏବଂ ବିରୋଧିଦଳ ନେତା ହୋଇଥିବାର ନଜିର ରହିଛି । ବର୍ତ୍ତମାନର ବିଧାୟକ ଲାଲବିହାରି ହିମିରିକା ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଏବଂ ଉପବାଚସ୍ପତି ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଲିଭାଇ ଆସିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

କାଶିପୁର ବ୍ଲକ , ରାୟଗଡ଼ା ବ୍ଲକ ଏବଂ ରାୟଗଡ଼ା ପୌରାଞ୍ଚଳକୁ ନେଇ ଗଠିତ ରାୟଗଡ଼ା ନିର୍ବାଚନ ମଣ୍ଡଳି। ଭୋଟର ସଂଖ୍ୟା ୨୩୩୫୪୭ । ସେଥିମଧ୍ୟରୁ ୧୧୦୮୦୮ ପୁରୁଷ ଭୋଟର ଥିବା ବେଳେ ୧୨୨୬୩୦ ଜଣ ମହିଳା ଭୋଟର ଅଛନ୍ତି । ଚଳିତ ବର୍ଷ ପ୍ରଥମ ଥର ପାଇଁ ତୃତୀୟ ଲିଙ୍ଗଙ୍କୁ ମତଦାନର ସ୍ୱୀକୃତି ମିଳିଥିବାରୁ ୧୦୯ଜଣ ଭୋଟ ଦେବେ ବୋଲି ଜଣାପଡିଛି । କଂଗ୍ରେସର ଗଡ଼ କୁହାଯାଉଥିବା ରାୟଗଡ଼ା ବିଧାନସଭା ଆସନରେ ବରିଷ୍ଠ ନେତା ସ୍ୱର୍ଗତ ରାମଚନ୍ଦ୍ର ଉଲାକା ଦୀର୍ଘ ସମୟ ଧରି ପ୍ରତିନିଧିତ୍ବ କରିଥିଲେ । ସେ ଏହି ଆସନରୁ ୭ ଥର ବିଜୟୀ ହୋଇଥିଲେ ।

ତେବେ ୨୦୦୦ ମସିହାରୁ ୨୦୦୪ ପର୍ଯ୍ୟନ୍ତ ବିଜେଡ଼ି ହାତକୁ ଆସିଥିଲା ରାୟଗଡ଼ା । ସେହିପରି ୨୦୦୯ ନିର୍ବାଚନ ପରଠାରୁ ବିଜେଡ଼ି ଟିକଟରେ ଏଠାରେବିଜୟୀ ହୋଇଆସୁଛନ୍ତି ଲାଲବିହାରି ହିମିରିକା ।

ବିଧାୟକ ଲାଲବିହାରି ହିମିରିକାଙ୍କୁ ପୁଣି ଥରେ ଦଳୀୟ ଟିକଟ ଦେଇଛି ବିଜେଡି । ସେପଟେ କଂଗ୍ରେସ ଏଥର ଜିଲ୍ଲା ଆଦିବାସୀ ମହାସଙ୍ଘ ସଭାପତି ଆପଲୁ ସ୍ୱାମୀ କାଡ଼୍ରାକାଙ୍କୁ ଦଳୀୟ ପ୍ରାର୍ଥୀ କରିଛି। ବିଜେପି ମଧ୍ୟ ଜିଲ୍ଲା ଆଦିବାସୀ ସଙ୍ଘର ସମ୍ପାଦକ ବସନ୍ତ ଉଲ୍ଲକାଙ୍କୁ ଟିକଟ ଦେଇଛି। ସେପଟେ ୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ମକରନ୍ଦ ମୁଦୁଲି ନିର୍ବାଚନ ଲଢ଼ି ବିଜେଡ଼ି ପ୍ରାର୍ଥୀ ଲାଲ ବିହାରି ହିମିରିକାଙ୍କ ନିକଟରୁ ମାତ୍ର ୭୨୯୬ ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ। ମାତ୍ର ଏଥର ତାଙ୍କୁ କଂଗ୍ରେସରୁ ଟିକଟ ମିଳିନି । ସ୍ବାଧିନ ଭାବେ ଲଢ଼ୁଛନ୍ତି ମକରନ୍ଦ ।

ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ସାଙ୍ଗକୁ ସ୍ଥାନୀୟ ଅଞ୍ଚଳର ବେକାରି ସମସ୍ୟାକୁ ନେଇ ନିର୍ବାଚନୀ ରଣାଙ୍ଗନାକୁ ସେ ଓହ୍ଲାଇଛନ୍ତି । କାଶିପୁର ବ୍ଲକରେ ଥିବା ଏକଲକ୍ଷ ୨୦ ହଜାର ଭୋଟରଙ୍କ ମଧ୍ୟରୁ ୬୦ ହଜାର ଝୋଡ଼ିଆ ସମ୍ପ୍ରଦାୟର ଭୋଟର ରହିଛନ୍ତି । ତେଣୁ ଏଠି ଝୋଡ଼ିଅ ଭୋଟର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details