ରାୟଗଡା:ଭାରସାମ୍ୟ ହରାଇ ଓଲଟିଲା ଜିପ । ୮ ଜଣ ଡଙ୍ଗରିଆ ଆହତ ହୋଇଥିବା ସୂଚନା । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାରସାଲି ପଞ୍ଚାୟତର ନିୟମଗିରି ପାହାଡରେ ଘଟିଛି ଏହି ଦୁର୍ଘଟଣା । ଆହତଙ୍କୁ ଉଦ୍ଧାର କରାଯାଇ କଲ୍ୟାଣସିଂହପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ସୂଚନାଅନୁସାରେ, ନିୟମଗିରି ପାହାଡରେ ବସବାସ କରୁଥିବା ଡଙ୍ଗାମାଟି, ଲାଖପଦର ଓ ପଟାଙ୍ଗପଦର ଗାଁର ମହିଳା ଓ ପୁରୁଷମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ଚାଉଳ ନେଇ ଏକ ଜିପରେ ନିଜ ଗାଁକୁ ଯାଉଥିଲେ । ତେବେ ପାରସାଲି ନିକଟସ୍ଥ ଘାଟିରେ ଭାରସାମ୍ୟ ହରାଇ କମାଣ୍ଡର(ଜିପ) ଓଲଟି ପଡିଥିଲା । ଫଳରେ ସେଥିରେ ବସିଥିବା ୮ ଜଣ ଡଙ୍ଗରିଆ ମହିଳା ଓ ପୁରୁଷମାନେ ଆହତ ହୋଇଥିଲେ । ଆହତଙ୍କୁ ଉଦ୍ଧାର କରାଯାଇ କଲ୍ୟାଣସିଂହପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। । ସେଥିରେ ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ସିକକା ସମେତ ଦଧି ସିକକା, ତେଲାଡି କାଡ୍ରାକା, ଡ୍ରିଞ୍ଚ ହୁଈକା, ଟେଣ୍ଟ ସିକକା, ମିଞ୍ଜଳୀ ୱାନ୍ଦାଲାକା, ମୁଣ୍ଡି ସିକକା, ଡେଙ୍ଗି ୱାନ୍ଦାଲାକା ପ୍ରମୁଖ ଆହତ ହୋଇଥିଲେ ।