ରାୟଗଡା: ତ୍ରିସ୍ତରୀୟ ନିର୍ବାଚନ ପୂର୍ବରୁ ରାୟଗଡ଼ା ଜିଲ୍ଲା ଗୁଣୁପୁର ଥାନା ପୋଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଆଦର୍ଶ ଥାନା ଅଧିକାରୀ ଗୁଣୁପୁର ବ୍ଲକ ଅନ୍ତର୍ଗତ ପଣସଗୁଡ଼ା ଗାଁରେ ଚଢ଼ାଉ କରିଥିଲେ । ସେଠାରେ 300 ବୋତଲ ନକଲି ବିଦେଶୀ ମଦ ଜବତ ହୋଇଛି । ଏଥିସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।
ରାୟଗଡାରୁ ବିପୁଳ ପରିମାଣର ନକଲି ମଦ ଜବତ, ଜଣେ ଗିରଫ - ରାୟଗଡାରୁ ନକଲି ମଦ ଜବତ ଖବର
ତ୍ରିସ୍ତରୀୟ ନିର୍ବାଚନ ପୂର୍ବରୁ ରାୟଗଡ଼ା ଜିଲ୍ଲା ଗୁଣୁପୁର ଥାନା ପୋଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା । ବିପୁଳ ପରିମାଣର ନକଲି ମଦ ଜବତ କଲା ପୋଲିସ । ଅଧିକ ପଢନ୍ତୁ
ରାୟଗଡାରୁ ବିପୁଳ ପରିମାଣର ନକଲି ମଦ ଜବତ, ଜଣେ ଗିରଫ
ରାୟଗଡାରୁ ବିପୁଳ ପରିମାଣର ନକଲି ମଦ ଜବତ
ତେବେ ୫୪ ଲିଟର ମଦ ଜବତ ହୋଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ 51 ହଜାର ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଗୁଣୁପୁର ଥାନାରେ ମାମଲା no.30 u/s 272 /273/420/34 IPC r/w section 52(a) ମାମଲା ରୁଜୁ କରାଯାଇ ଅଭିଯୁକ୍ତ ରତ୍ନାଲୁ ଚନ୍ଦ୍ର ରାଓକୁ ଗିରଫ କରାଯାଇଛି । ଗିରଫ ପରେ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଛି । ଜେରା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି SDPO ଅଜୟ ବାରିକ । ତେବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲିଥିବାରୁ ନକଲି ମଦ କାରବାର ବୃଦ୍ଧି ପାଉଥିବା ପୋଲିସ କହିଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ