ଓଡିଶା

odisha

ETV Bharat / state

Russian Tourists Death: ସପ୍ତମ ଦିନରେ ତଦନ୍ତ, ସିନ ରିକ୍ରିଏସନ କରିବ କ୍ରାଇମବ୍ରାଞ୍ଚ - ଋଷିୟ ନାଗରିକ ପାୱେଲ ଆଣ୍ଟୋଭ

ଋଷୀୟ ନାଗରିକ ପାୱେଲ ଆଣ୍ଟୋଭଙ୍କ ମୃତ୍ୟୁକୁ ନେଇ ଅନେକ ସନ୍ଦେହ ଘନୀଭୂତ ହେବାରେ ଲାଗିଛି । କ୍ରାଇମବ୍ରାଞ୍ଚର ତଦନ୍ତଭାର ନେଇ ତଦନ୍ତ କରୁଥିବା ବେଳେ ଆଜି ସପ୍ତମ ଦିନରେ ପହଞ୍ଚିଛି । ପୁଣି ଥରେ ସିନ ରିକ୍ରିଏସନ କରିବ କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ

Russian Tourists Death
Russian Tourists Death

By

Published : Jan 5, 2023, 2:00 PM IST

Updated : Jan 5, 2023, 3:33 PM IST

Russian Tourists Death

ରାୟଗଡା: ଋଷୀୟ ନାଗରିକ ତଥା ପୁଟିନଙ୍କ ସମାଲୋଚକ ଭାବେ ପରିଚିତ ପାୱେଲ ଆଣ୍ଟୋଭଙ୍କ ରହସ୍ୟମୟ ମୃତ୍ୟୁର ରହସ୍ୟ ଖୋଜୁଛି କ୍ରାଇମବ୍ରାଞ୍ଚ ଟିମ । କ୍ରାଇମବ୍ରାଞ୍ଚ ଡ଼ିଏସପି ତପନ ଦାସଙ୍କ ନେତୃତ୍ୱରେ ଟିମ ତଦନ୍ତ ଜାରି ରଖିଥିବା ବେଳେ ଆଜି ସପ୍ତମ ଦିନରେ ପହଞ୍ଚିଛି । ସେପଟେ ଆଉ 1 ବା 2 ଦିନ ଭିତରେ କ୍ରାଇମ ସିନର ରିକ୍ରିଏସନ କରାଯିବ । ଗତକାଲି (ବୁଧବାର) ଏହି ଟିମ ରାୟଗଡ଼ା ପୋଲିସ FIR କପି ନେଇ ଆଲୋଚନା କରିଥିଲେ । କ୍ରାଇମବ୍ରାଞ୍ଚ ଟିମ ରାୟଗଡା ଜିଲ୍ଲା ପୋଲିସ, ସାଇଣ୍ଟିଫିକ ଓ କ୍ରାଇମବ୍ରାଞ୍ଚର ପ୍ରଥମ ତଦନ୍ତକାରୀ ଦଳଙ୍କ ସହିତ ଦୀର୍ଘ ୩ ଘଣ୍ଟା ଧରି ତର୍ଜମା କରିଥିଲେ । ଏହାସହ ଟିମ ପାୱେଲ ଆଣ୍ଟୋଭ ଶେଷକୃତ୍ୟ କରାଯାଇଥିବା ମଶାଣୀକୁ ଯାଇଥିବା ନେଇ ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ: ହାଇକୋର୍ଟରେ ରତ୍ନଭଣ୍ଡାର ପ୍ରସଙ୍ଗ, ସମୟ ନେଲା ଶ୍ରୀମନ୍ଦିର ପ୍ରଶାସନ

ଅନ୍ୟପଟେ ଆଜି ଟିମ ପାୱେଲ ଆଣ୍ଟୋଭଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତର ଖାନାରେ ଭର୍ତ୍ତି କରିଥିବା ୩ ଜଣ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଜେରା କରିଥିଲେ । ଏହାପରେ ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମାଙ୍କ ସହିତ ପୋଲିସ ପ୍ରାଥମିକ ତଦନ୍ତ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ କରିଥିଲେ। ତେବେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆଣିବା ପାଇଁ ଚେଷ୍ଟା କରୁଛି କ୍ରାଇମବ୍ରାଞ୍ଚ ଟିମ । ଆଣ୍ଟୋଭ କେଉଁ ପରିସ୍ଥିତିରେ ଛାତରୁ ଗଳିପଡିଲେ ତାର ଆନୁମାନିକ କାରଣ ଜାଣିବା ପାଇଁ ଏକ ନକଲ ଡମି ଜରିଆରେ ବିଶେଷଜ୍ଞଙ୍କ ଉପସ୍ଥିତିରେ ସିନ ରିକ୍ରିଏସନ କରାଯିବ । କ୍ରାଇମବ୍ରାଞ୍ଚ ଟିମ ସାଇ ଅନ୍ତର୍ଜାତୀୟ ହୋଟଲକୁ ଯାଇ ସିନ୍‌ ରିକ୍ରିଏସନ କରିବ । ପାଭେଲଙ୍କ ଓଜନ ଓ ଉଚ୍ଚତାକୁ ନେଇ ଡମି ତିଆରି କରାଯାଇ ଛାତ ଉପରୁ ଫିଙ୍ଗା ଯିବ । ଏନେଇ AIIMSର ଏକ ବିଶେଷଜ୍ଞ ଦଳ ଏହାର ସମୀକ୍ଷା କରିବେ।

ଏହା ମଧ୍ୟ ପଢନ୍ତୁ: Russian Tourists Death: ରହସ୍ୟରେ ମୃତ୍ୟୁ, ପରଦା ହଟାଇବାକୁ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି

ସୂଚନାଥାଉକି, ତଦନ୍ତରେ ସହଯୋଗ କରିବା ପାଇଁ ତଦନ୍ତରେ ସହାୟତା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ସିବିଆଇ ସେଣ୍ଟ୍ରାଲ ଫୋରେନସିକ ସାଇନ୍ସ ଲାବ୍ରୋଟୋରୀର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ଡଙ୍ଗି ଏବଂ ଏମ୍ସ ଡାକ୍ତର ଡୋଗ୍ରଙ୍କ ମଧ୍ୟ ସହାୟତା ନିଆଯାଇଛି ବୋଲି କ୍ରାଇମବ୍ରାଞ୍ଚ ଅଧିକାରୀ ସୂଚନା ଦେଇଛନ୍ତି । ସେହିପରି ସିବିଆଇ ଫୋରେନସିକ ଲ୍ୟାବର ପୂର୍ବତନ ବିଶେଷଜ୍ଞ ଡାକ୍ତର ଦୁଇ ମୃତକଙ୍କ ଫୋଷ୍ଟମୋର୍ଟମ ରିପୋର୍ଟର ମଧ୍ୟ ଯାଞ୍ଚ କରିବେ ବୋଲି ସୂଚନା ରହିଛି ।

ଇଟିଭି ଭାରତ, ରାୟଗଡା

Last Updated : Jan 5, 2023, 3:33 PM IST

ABOUT THE AUTHOR

...view details