ଓଡିଶା

odisha

ETV Bharat / state

ଭେଣ୍ଟିଲେଟର ନଥିବାରୁ ପଡୋଶୀ ଜିଲ୍ଲାକୁ ଯାଉଛନ୍ତି କୋରୋନା ସଂକ୍ରମିତ - lack of ventilators

କୋରୋନାକୁ ଦୃଷ୍ଟିରେ ରଖି ଗତ ଏପ୍ରିଲ ୧୩ ତାରିଖରେ ରାୟଗଡା ଜିଲ୍ଲା ଜେକେପୁରରେ ଉଦଘାଟିତ ହୋଇଥିଲା ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର । ହେଲେ ଏହା କୋରୋନା ଆକ୍ରାନ୍ତଙ୍କ କାମରେ ଲାଗୁନାହିଁ । କାରଣ ଏହି ହସ୍ପିଟାଲରେ ଆଜି ଯାଏଁ ଭେଣ୍ଟିଲେଟର ସୁବିଧା ନଥିବାରୁ ଆକ୍ରାନ୍ତଙ୍କୁ କେତେବେଳେ ଜୟପୁର ତ ଆଉ କେତେବେଳେ ଗଜପତି ଜିଲ୍ଲାକୁ ନେବାକୁ ପଡୁଛି । ଅଧିକ ପଢନ୍ତୁ...

Due to the lack of ventilators, the corona is being infected in neighboring states
ଭେଣ୍ଟିଲେଟର ନଥିବାରୁ ପଡୋଶୀ ରାଜ୍ୟକୁ ଯାଉଛନ୍ତି କୋରୋନା ସଂକ୍ରମିତ

By

Published : Jun 6, 2020, 11:16 PM IST

Updated : Jun 6, 2020, 11:33 PM IST

ରାୟଗଡା: ମହାମାରୀ କୋରୋନାର ମୁକାବିଲା ପାଇଁ କେନ୍ଦ୍ରଠୁ ରାଜ୍ୟ ସରକାର ପର୍ଯ୍ୟନ୍ତ ସବୁଠି ଚାଲିଛି ଯୋଜନା ପରେ ଯୋଜନା । ତୃଣମୂଳ ସ୍ତରରେ କୋରୋନା ସଂକ୍ରମଣ ରୋକିବା ସହ କୋରୋନା ସଂକ୍ରମିତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ଲକ୍ଷ୍ୟରେ ପ୍ରତି ଜିଲ୍ଲାରେ ଖୋଲାଯାଇଛି କୋଭିଡ ହସ୍ପିଟାଲ । ହେଲେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ହସ୍ପିଟାଲ ଗୁଡିକ ସଂକ୍ରମିତଙ୍କୁ ସେବା ଯୋଗାଇବାରେ ବିଫଳ ହେଉଛନ୍ତି । ଯାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାରେ ।

ଭେଣ୍ଟିଲେଟର ନଥିବାରୁ ପଡୋଶୀ ଜିଲ୍ଲାକୁ ଯାଉଛନ୍ତି କୋରୋନା ସଂକ୍ରମିତ

କୋରୋନାକୁ ଦୃଷ୍ଟିରେ ରଖି ଗତ ଏପ୍ରିଲ ୧୩ ତାରିଖରେ ରାୟଗଡା ଜିଲ୍ଲା ଜେକେପୁରରେ ଉଦଘାଟିତ ହୋଇଥିଲା ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର । ହେଲେ ଏହା କୋରୋନା ଆକ୍ରାନ୍ତଙ୍କ କାମରେ ଲାଗୁନାହିଁ । କାରଣ ଏହି ହସ୍ପିଟାଲରେ ଆଜି ଯାଏଁ ଭେଣ୍ଟିଲେଟର ସୁବିଧା ନଥିବାରୁ ଆକ୍ରାନ୍ତଙ୍କୁ କେତେବେଳେ ଜୟପୁର ତ ଆଉ କେତେବେଳେ ଗଜପତି ଜିଲ୍ଲାକୁ ନେବାକୁ ପଡୁଛି ।

ଭେଣ୍ଟିଲେଟର ନଥିବାରୁ ପଡୋଶୀ ଜିଲ୍ଲାକୁ ଯାଉଛନ୍ତି କୋରୋନା ସଂକ୍ରମିତ

ଅପରପକ୍ଷେ ଆରଏମଆରସି ପକ୍ଷରୁ ଏଠାରେ ସ୍ୱାବ ନମୁନା ପରୀକ୍ଷା ପାଇଁ ମାସେ ପୂର୍ବରୁ ପ୍ରସ୍ତୁତି ସରିଥିବାବେଳେ ପରୀକ୍ଷାର ନାମ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ପରି ଯାଉଛି । ତେବେ ଏନେଇ ଆମ ପ୍ରତିନିଧି ରାୟଗଡା ସିଡ଼ିଏମଓଙ୍କ ପ୍ରତିକ୍ରିୟା ନେଇଥିଲେ ।

ଭେଣ୍ଟିଲେଟର ନଥିବାରୁ ପଡୋଶୀ ଜିଲ୍ଲାକୁ ଯାଉଛନ୍ତି କୋରୋନା ସଂକ୍ରମିତ

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Jun 6, 2020, 11:33 PM IST

ABOUT THE AUTHOR

...view details