ରାୟଗଡା: ଗତ ଦୁଇ ଦିନର ଲଗାଣ ବର୍ଷାରେ ପାହାଡରୁ ଧସିଲା ବିଶାଳ ପଥର ଖଣ୍ଡ । ଏଭଳି ଅଘଟଣ ଘଟିଛି ରାୟଗଡା ଗୁଣୁପୁର ବ୍ଲକ୍ ଅନ୍ତର୍ଗତ ପୁଟାସିଂ ପଞ୍ଚାୟତର ରୋଜିଂତାଲ ରାସ୍ତାରେ । ଏଥିରେ କେହି ଆହତ ହୋଇନଥିବାବେଳେ ପାହାଡରୁ ମାଟି ଖସିବା ସହ ବଡ ବଡ ପଥର ଖଣ୍ଡ ଧସି ରାସ୍ତା ଅବରୋଧ କରିଛି । ଫଳରେ ଗାଁ ଲୋକଙ୍କୁ ଯାତାୟତରେ ନାନା ସମସ୍ୟାର ସାମନା କରିବାକୁ ପଡୁଛି ।
ଲଗାଣ ବର୍ଷାରେ ପାହାଡରୁ ଖସିଲା ପଥର - piece of a mountain falling on road
ରାୟଗଡା ଗୁଣୁପୁର ବ୍ଲକ୍ ଅନ୍ତର୍ଗତ ପୁଟାସିଂ ପଞ୍ଚାୟତର ରୋଜିଂତାଲ ରାସ୍ତାରେ ଅଘଟଣ । ପାହାଡରୁ ଏକ ବିଶାଳ ପଥର ଖଣ୍ଡ ଧସି ରାସ୍ତା ଉପରେ ଜମା ହୋଇଛି । ଏଥିରେ କେହି ଆହତ ହୋଇନଥିବା ସୂଚନା ।
ସୂଚନାନୁସାରେ, ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ଗତ ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । କେଉଁଠି କମ ହେଉଛି ତ କେଉଁଠି ଅତ୍ୟଧିକ । ଗତ 2 ଦିନର ଲଗାଣ ବର୍ଷା ଯୋଗୁଁ ରାୟଗଡା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସେପଟେ ଅତ୍ୟଧିକ ବର୍ଷା କାରଣରୁ ଗୁଣପୁର ଅଞ୍ଚଳରେ ପାହାଡରୁ ବିଶାଳ ପଥର ଖଣ୍ଡ ଧସିଛି । ଗୋଟିଏ ପଟେ ନାଗାବଳୀ, ବଂଶଧାରା ନଦୀର ଜଳସ୍ତର ବୃଦ୍ଧି ପାଇଛି । ଅନ୍ୟପଟେ ଆନ୍ଧ୍ରକୁ ଯୋଗାଯୋଗ କରୁଥିବା ଜଗନ୍ନାଥପୁର ଅସ୍ଥାୟୀ ପୋଲ ଉପରେ ୨ ଫୁଟର ପାଣି ଚାଲିଛି । ଯଦ୍ବାରା ଗୁଣୁପୁରରୁ ଆନ୍ଧ୍ରକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଲଗାଣ ବର୍ଷା ସହ ରାସ୍ତା ଉପରେ ମାଟି ପଥର ଜମିବା କାରଣରୁ ଯୋଗାଯୋଗ ସ୍ବାଭାବିକ ହୋଇପାରିନାହିଁ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ