ରାୟଗଡା:ଲଘୁଚାପ ଜନିତ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ। ବର୍ଷା ଯୋଗୁଁ ବିଷମକଟକ ବ୍ଲକ କୁରୁଳି ପାଞ୍ଚୟତର ନିୟମଗିରିରେ ପାହାଡ ଧସିଥିବା ବେଳେ ବଡ଼ ବଡ଼ ପଥର ଖଣ୍ଡମାନ ଖସିଥିବା ଦେଖିବାକୁ ମିଳିଛି । ଏକ ବିଶାଳ ପଥର ଲଗାଣ ବର୍ଷାରେ ଖସି ପଡିବା ଫଳରେ ଖଜୁରୀ ଯିବା ରାସ୍ତା ଅବରୋଧ ହୋଇଛି ।
ନିୟମଗିରିରେ ଧସିଲା ପାହାଡ ଖସିଲା ପଥର, ଯାତାୟତ ପ୍ରଭାବିତ - ରାୟଗଡାରେ ଯାତାୟତ ପ୍ରଭାବିତ
ଲଘୁଚାପ ଜନିତ ବର୍ଷା ଯୋଗୁଁ ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ କୁରୁଳି ପାଞ୍ଚୟତ ଚାଟିକଣା ଖଜୁରୀ ଯିବା ରାସ୍ତାର ନିୟମଗିରିରେ ଧସିଲା ପାହାଡ ଖସିଲା ପଥର । ଅଧିକ ପଢନ୍ତୁ
ସୂଚନା ଅନୁସାରେ,ବଙ୍ଗୋପସାଗରରେ ଘନୀଭୂତ ଲଘୁଚାପ ଅବପାତ ପରେ ସମଗ୍ର ରାୟଗଡା ଜିଲ୍ଲାରେ ଦୁଇଦିନ ଧରି ବର୍ଷା ଲାଗିରହିଛି । ଝିପି ଝିପି ବର୍ଷା ଲାଗିରହିବା ଫଳରେ ଏହାର ପ୍ରଭାବ ଜନଜୀବନ ଉପରେ ପଡିଛି । ମାଳଭୂମି ଭରା ରାୟଗଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସାମାନ୍ୟ ମାଟି ଅତଡା ଧସିଥିବା ଖବର ମିଳିଥିବା ବେଳେ ଚାଟିକଣା ଖଜୁରୀ ଯିବା ରାସ୍ତାର ଏକ ବିରାଟ କାୟ ପଥର ପାହାଡରୁ ଖସି ରାସ୍ତା ଅବରୋଧ ହୋଇଛି । ଫଳରେ ନିୟମଗିରି ଭିତରେ ରହୁଥିବା ପ୍ରାୟ 20 ଖଣ୍ଡ ଗାଁକୁ ଚାରିଚକିଆ ଯାନବାହାନ ଯିବା ଆସିବା ବନ୍ଦ ରହିଛି । ଏପରିକି ରାସ୍ତା ଅବରୋଧ ଯୋଗୁଁ ସରକାରଙ୍କ ଯୋଗାଣ ବ୍ୟବସ୍ଥା ମଧ୍ୟ ଠପ ହୋଇଯାଇଛି ।
ଇଟିଭି ଭାରତ, ରାୟଗଡା