ଓଡିଶା

odisha

ETV Bharat / state

ସାର ଦୁର୍ନୀତିକୁ ନେଇ କାର୍ଯ୍ୟାନୁଷ୍ଠାନ: 7 ଡିଲରଙ୍କ ଲାଇସେନ୍ସ ରଦ୍ଦ, 5 କର୍ମଚାରୀ ନିଲମ୍ବିତ - fertiliser corruption in rayagada

ରାୟଗଡା ଜିଲ୍ଲାରେ ସାର ଦୁର୍ନୀତିକୁ ନେଇ ସମବାୟ ବିଭାଗର କାର୍ଯ୍ୟାନୁଷ୍ଠାନ । ୭ ଡିଲରଙ୍କ ଲାଇସେନ୍‌ସ ରଦ୍ଦ କରାଯାଇଥିବା ସହ 5 କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ଏହାସହ ୧୮ ଜଣଙ୍କୁ ନୋଟିସ୍ ଜାରି କଲା କୃଷି ବିଭାଗ ଏବଂ ସମବାୟ ବିଭାଗ ।

ସାର ଦୁର୍ନୀତିକୁ ନେଇ କାର୍ଯ୍ୟାନୁଷ୍ଠାନ;  7 ଡିଲରଙ୍କ ଲାଇସେନ୍ସ ରଦ୍ଧ, 5 କର୍ମଚୀର ନିଲମ୍ବିତ
ସାର ଦୁର୍ନୀତିକୁ ନେଇ କାର୍ଯ୍ୟାନୁଷ୍ଠାନ; 7 ଡିଲରଙ୍କ ଲାଇସେନ୍ସ ରଦ୍ଧ, 5 କର୍ମଚୀର ନିଲମ୍ବିତ

By

Published : Sep 13, 2020, 8:47 PM IST

ରାୟଗଡା: ଜିଲ୍ଲାରେ ସାର ଦୁର୍ନୀତିକୁ ନେଇ ସମବାୟ ବିଭାଗର କାର୍ଯ୍ୟାନୁଷ୍ଠାନ । ୭ ଡିଲରଙ୍କ ଲାଇସେନ୍‌ସ ରଦ୍ଦ କରାଯାଇଥିବା ସହ 5 କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ଏହାସହ ୧୮ ଜଣଙ୍କୁ ନୋଟିସ୍ ଜାରି କଲା କୃଷି ବିଭାଗ ଏବଂ ସମବାୟ ବିଭାଗ ।

ରାୟଗଡ଼ା ଜିଲ୍ଲାରେ ଧିରେ ଧିରେ ସାର ଦୁର୍ନୀତିର ଗୁମର ଖୋଲିବା ପରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ପ୍ରାଥମିକ ପର୍ଯ୍ୟାୟରେ କୃଷି ବିଭାଗ ପକ୍ଷରୁ ୭ ଡିଲରଙ୍କ ଲାଇସେନ୍ସ ରଦ୍ଦ କରାଯାଇଥିବା ସହ ୪ ଲ୍ୟାମ୍ପସ, ରାୟଗଡ଼ା ଏମପିସିଏସ୍ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା । ଆଉ ଏବେ ୧୧ ଜଣ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକଙ୍କ ସହିତ ୧୮ ଡିଲରଙ୍କୁ ଉଭୟ କୃଷି ବିଭାଗ ଏବଂ ସମବାୟ ବିଭାଗ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ।

ସାର ଦୁର୍ନୀତିକୁ ନେଇ କାର୍ଯ୍ୟାନୁଷ୍ଠାନ; 7 ଡିଲରଙ୍କ ଲାଇସେନ୍ସ ରଦ୍ଧ, 5 କର୍ମଚୀର ନିଲମ୍ବିତ

୧୫ ଦିନ ମଧ୍ୟରେ ନିଜ ନିଜର ପକ୍ଷ ରଖିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ସମବାୟ ଉପନିବନ୍ଧକ ପ୍ରମୋଦ କୁମାର ସାହୁ । ସେପଟେ ଇଟିଭି ଭାରତରେ ଖବର ପ୍ରକାଶ ପରେ ଚେତିଛି କୃଷି ବିଭାଗ । ରାୟଗଡ଼ା, ଗୁଣପୁର, ମୁନିଗୁଡା କୃଷି ଜିଲ୍ଲାରେ ସାର ବଣ୍ଟନରେ ଡିଲରଙ୍କୁ କୃଷି ବିଭାଗର ଅହେତୁକ ଅନୁକମ୍ପା ଏବଂ ଲ୍ୟାମ୍ପସରେ ଚାଷୀଙ୍କ ନାଁରେ ଡିଲରଙ୍କୁ ଟନ୍ ଟନ୍ ସାର ବିକ୍ରି କରାଯାଇଥିବା ନେଇ ଖବର ପ୍ରକାଶ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାର ମହଜୁଦ ଥିବା ବିଭିନ୍ନ ଗୋଦାମ ଉପରେ ଚଢାଉ ଜାରି ରଖିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details