ରାୟଗଡା: କୋରୋନାର ପ୍ରଥମ ଲହର ରାୟଗଡା ନିୟମଗିରିକୁ ଛୁଇଁ ପାରି ନଥିବାବେଳେ ଦ୍ବିତୀୟ ଲହର ବେଶ୍ ପ୍ରଭାବିତ କରିଛି ଏଠାକାର ଆଦିମ ଜନଜାତିଙ୍କୁ । ଏହି ଅଞ୍ଚଳର ବହୁସଂଖ୍ୟକ ଡଙ୍ଗରିଆ କନ୍ଧ ଏବେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏହାକୁ ଦୃଷ୍ଟିରେ ରଖି ଡଙ୍ଗରିଆ କନ୍ଧକୁ ଟୀକାକରଣ କ୍ଷେତ୍ରରେ ପ୍ରାଥମିକତା ଦିଆଯାଇଛି । ଏହି ଜନଜାତି ଟିକା କେନ୍ଦ୍ରକୁ ଆସୁନଥିବାରୁ ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନ ପକ୍ଷରୁ ସେମାନଙ୍କ ଘର ଘର ବୁଲି ବୁଝାଇ ସୁଝାଇ ଟିକା ଦିଆଯାଉଛି ।
ଉକ୍ତ ଅଞ୍ଚଳରେ ମୋବାଇଲ ନେଟୱାର୍କ ନ ଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ଅଫଲାଇନ ଯୋଗେ ଜାରି ରହିଛି ଟୀକାକାରଣ । ଯଦିଓ ଟିକା ନେବା ପାଇଁ ଡଙ୍ଗରିଆ ଭୟ କରୁଛନ୍ତି ତଥାପି ସମସ୍ତଙ୍କୁ ସଚେତନ କରି ଟୀକାକରଣରେ ସାମିଲ କରାଯାଉଛି ।