ରାୟଗଡା: ଵାନ୍ଧକଳାର ପ୍ରାଚୀନ ତଥା କୌଳିକ ଆତ୍ମନିର୍ଭରଶୀଳତା ଓ ଉତ୍ପାଦନ ଯଦିଓ କ୍ରମଶଃ ବନ୍ଦ ହେଵାକୁ ବସିଥିଲା-ଏଵେ ମୁଣ୍ଡ ଟେକିଛି ପ୍ରଵୃତ୍ତି, ପ୍ରସ୍ତୁତି ଆଉ ପ୍ରକୃତି। ସତେ ଯେମିତି ଭୂସ୍ବର୍ଗ ସଦୃଶ୍ୟ ରାୟଗଡାର ନିୟମଗିରିର ନିୟମ ପାଲଟିଛି, ସଶକ୍ତିକରଣ ମନ୍ତ୍ର। କୋରୋନା ପରି ମହାମାରୀର ପ୍ରତିରକ୍ଷା କବଚ ତଥା ମାସ୍କ୍ ପ୍ରସ୍ତୁତ କରି ଏହି ଡଙ୍ଗରିଆ ସମ୍ପ୍ରଦାୟ ସଶକ୍ତ ହେଵା ସହିତ ସଚେତନତାର ବାର୍ତ୍ତାଵହ ପାଲଟିଛନ୍ତି। ହାତତିଆରି ଏମ୍ଵ୍ରୋଡୋରି ମାସ୍କରେ ଏହି ଜନଜାତିର ସଂଘର୍ଷ, କଳା-ସଂସ୍କୃତିର ଝଲକ ରହିଛି। କେବଳ ଯେ ମହାମାରୀ ସଚେତନତା ବା ପ୍ରତିରକ୍ଷା ପାଇଁ ଏମାନେ ଅଣ୍ଟା ଭିଡିଛନ୍ତି, ତାହା ନୁହେଁ ବରଂ ଏକ ସମ୍ପ୍ରଦାୟର ବର୍ତ୍ତମାନ ସତ୍ତା ଏଵଂ ଭଵିଷ୍ୟତ ଦାୟଦର ଅର୍ଥନୈତିକ ସୁଦୃଢତା କ୍ଷେତ୍ରରେ ଠିଆ କରିଛନ୍ତି- ଆତ୍ମନିର୍ଭରଶୀଳତାର ଇମାରତ !
ବଦଳୁଛି ଡଙ୍ଗରିଆଙ୍କ ଅଭିଯୋଗ। ପରିବର୍ତ୍ତନ ହେଉଛି ଜୀବନ-ଜୀବିକାର ଅଭିନଵ ମାର୍ଗ। କେଵେ ନିଜ ମାଟିର ଉତ୍ପାଦ ପାଇଁ ସାରା ଦୁନିଆରେ ଚର୍ଚ୍ଚିତ ଉଦାହରଣ ହେଵାର ମଜଭୂତ୍ ଅଭିପ୍ରାୟ ରଖୁଛନ୍ତି ତ କେତେଵେଳେ ନିଜ ଜନଜାତି ମୂଳଦୁଆର କଂକ୍ରିଟକୁ କରୁଛନ୍ତି ଆହୁରି ସୁଦୃଢ। ଜାତୀୟ ତଥା ଆର୍ନ୍ତଜାତିକ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ରାୟଗଡା ଜିଲ୍ଲା ନିୟମଗିରି ଅଞ୍ଚଳର ଡଙ୍ଗରିଆ ଆଦିବାସୀଙ୍କ ହାତବୁଣା ଶାଲ (କାପାଡ଼ାଗୁନ୍ଦା) ପରେ ଏବେ ସେମାନଙ୍କ ଦ୍ଵାରା ପ୍ରସ୍ତୁତ ବାନ୍ଧକଳାର ମାସ୍କ ମନ କିଣୁଛି ।