ରାୟଗଡା: କୋରୋନା ମୁକାବିଲା ପାଇଁ ସାରା ଦେଶରେ ତାଲାବନ୍ଦ ଜାରି ରହିଛି । ସାମାଜିକ ଦୂରତ୍ବ ବଜାୟ ରଖିବାକୁ ବାରମ୍ବାର ସଚେତନ କରାଯାଉଥିଲେ ବି ସହରାଞ୍ଚଳର ଶିକ୍ଷିତ ମଣିଷ ଏହାକୁ ଉଲ୍ଲଂଘନ କରୁଛନ୍ତି । କିନ୍ତୁ ଅନ୍ୟପଟେ ରାୟଗଡା ଜିଲ୍ଲାର ନିୟମଗିରିରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ ଲକଡାଉନ ଦ୍ୱାରା ବେଶ ପ୍ରଭାବିତ ହୋଇଛନ୍ତି ।
ଜିଲ୍ଲା ପ୍ରଶାସନ ଦ୍ୱାରା ସେମାନଙ୍କୁ କୋରୋନା ସହ ଲଢ଼ିବାକୁ କରାଯାଇଛି ସଚେତନ । ଆଉ ତାହାକୁ ମାନିଛନ୍ତି ଏହି ଆଦିମ ଜନଜାତି । ପିଡିଏସ ଚାଉଳ ନେବା ସମୟରେ ଏମାନେ ସମସ୍ତ ସାମାଜିକ ଦୂରତ୍ବ ବଜାୟ ରଖି ଚାଉଳ ନେଇଛନ୍ତି । ଏପରିକି ଗାଁକୁ ଯିବା ଏବଂ ଗାଁରେ ସାମାଜିକ ଦୂରତ୍ବ ରଖିଥିବା ନଜର ଆସିଛି ।