ରାୟଗଡ଼ା: ସେବା ହିଁ ଧର୍ମ । ମଣିଷଙ୍କ ଠୁ ପଶୁଙ୍କୁ ଅଧିକ ନିଜର ବୋଲି ଭାବୁଥିବା ଜଣେ ନିର୍ଭିକ ମଣିଷ । ସତେ ଯେମିତି ତାଙ୍କ ପାଇଁ ପଶୁ ସେବା ସାଜିଛି ଜୀବନର ବ୍ରତ । ସେ ପୁଣି କିଛି ଦାମିକା ପଶୁ ନୁହଁନ୍ତି, ସମାଜରେ ସଭିଙ୍କ ଅନାଦର ପାଲଟିଥିବା ବୁଲା କୁକୁରଙ୍କ ପ୍ରେମରେ ପାଗଳ ଅକ୍ରୁର ନାୟକ ।
ନିଜେ ଖାଇବାକୁ ନଥାଉ ପଛେ । ବୁଲା କୁକୁରଙ୍କୁ ଖାଦ୍ୟ ଦେବାକୁ ଭୁଲନ୍ତି ନାହିଁ ଏହି ମଣିଷ । ପେଷାରେ ଜଣେ ବିଦ୍ୟୁତ ବିଭାଗର ଲାଇନମ୍ୟାନ । କିନ୍ତୁ ନିଶା ପ୍ରତିଦିନ 50ରୁ ଊର୍ଦ୍ଧ୍ବ ବୁଲା କୁକୁରକୁ ଖାଇବାକୁ ଦେଇ ଆତ୍ମସନ୍ତୋଷ ଲାଭ କରିବା । ଏଭଳି ନିଆରା ପ୍ରେମରେ ବନ୍ଧା ଅକ୍ରୁର ନାହାକ । ରାୟଗଡ଼ା ସହରର କସ୍ତୁରୀନଗ ସ୍ଥିତ ପଞ୍ଚମ ଗଳିରେ ଘର । ଯେତେ ଜରୁରୀ କାମ ଥିଲେ ବି କୁକୁର ସେବାରେ ଅବହେଳା କରନ୍ତି ନାହିଁ ଅକ୍ରୁର । ଦୀର୍ଘ 7 ବର୍ଷ ଧରି ପ୍ରତ୍ୟେକ ଦିନ ନିଜଘରେ ରୋଷେଇ କରି ସହରର ଗଳି କନ୍ଦି ବୁଲି ଶତାଧିକ କୁକୁରଙ୍କୁ ଖାଦ୍ୟ ଯୋଗାଇଥାନ୍ତି ଏହି ମଣିଷ । ତାଙ୍କ ଗାଡିର ଶବ୍ଦ କୁକୁରଙ୍କ ପାଇଁ ସ୍ବତନ୍ତ୍ର । ବାଜିବା ମାତ୍ରେ କୋଉଠି ଥାଆନ୍ତୁ ନା କାହିଁକି ଦଳ ଦଳ ହୋଇ ମାଡି ଯାଆନ୍ତି ଅକ୍ରୁରଙ୍କ ପାଖକୁ ।