ରାୟଗଡ଼ା:ପ୍ରସୂତୀଙ୍କ ଜୀବନ ଶେହ ଖେଳ ଖେଳିଲେ ଡାକ୍ତର । ଅସ୍ତ୍ରୋପଚାର ପରେ ପେଟରେ ଛାଡ଼ିଦେଲେ ଏକ ମିଟର ଗଜକନା । ରାୟଗଡ଼ା ଜିଲ୍ଲା ମେଡ଼ିକାଲରୁ ଏଭଳି ଅଭିଯୋଗ ଆସିଛି । ୨୦୨୧ ମସିହା ଅକ୍ଟୋବର ୩ ତାରିଖ ଦିନ କୋରାପୁଟ ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ବିରିଗୁଡ଼ା ଗାଁର ଚେତନ ହଳବାଙ୍କ ପତ୍ନୀ କାଞ୍ଚନ ହଲବାଙ୍କ ପ୍ରସବ ଯନ୍ତ୍ରଣା ପରେ ସେ ରାୟଗଡ଼ା ଜିଲ୍ଲା ମେଡିକାଲରେ ଅସ୍ତ୍ରୋପଚାର କରାଇଥିଲେ ।
ଅସ୍ତ୍ରୋପଚାର ପ୍ରସୂତି ବିଭାଗର ଡାକ୍ତର ଲତିକା ବେହେରା ଅସ୍ତ୍ରୋପଚାର ମାଧ୍ୟମରେ ପ୍ରସବ କରି ୫ଦିନ ପରେ କାଞ୍ଚନଙ୍କୁ ସୁସ୍ଥ କହି ଛାଡ଼ି ଦେଇଥିଲେ । ୧୫ ଦିନ ପରେ ପୁଣି କାଞ୍ଚନ ହଳବାଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ପୁଣି ରାୟଗଡ଼ା ମେଡିକାଲକୁ ଚିକିତ୍ସା ପାଇଁ ଆସିଥିଲେ ସେତେବେଳେ ଡାକ୍ତର ପ୍ରଫୁଲ୍ଲ ପାଢ଼ୀ ତାଙ୍କୁ ପରୀକ୍ଷା କରି କିଛି ଅସୁବିଧା ନାହିଁ କହି କିଛି ଔଷଧ ଦେଇ ପଠାଇଦେଇଥିଲେ । ହେଲେ ଯନ୍ତ୍ରଣାର ମାତ୍ରା ଦିନକୁ ଦିନ ବଢି ଚାଲିବାରୁ ଗତ ଜାନୁଆରୀ ୩୧ ତାରିଖରେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଲଟ୍ରା ସାଉଣ୍ଡ କରିଥିଲେ । ଜାଣିବାକୁ ପାଇଲେ ପେଟରେ କିଛି ରହିଛି ।