ଓଡିଶା

odisha

ETV Bharat / state

ସରକାରୀ ସେବାରୁ ବଞ୍ଚିତ ଦିବ୍ୟାଙ୍ଗ ଯୁବତୀ କବିତା - Rayagada Latest News

ସରକାରୀ ସେବାରୁ ବଞ୍ଚିତ ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ପଞ୍ଚାୟତ ପିତାଯୋଡି ଗ୍ରାମର ଦିବ୍ୟାଙ୍ଗ ଯୁବତୀ । ସହାୟତା ଅପେକ୍ଷାରେ ଗାଁର କବିତା ନାଏକ ।

ସରକାରୀ ସେବାରୁ ବଞ୍ଚିତ ଦିବ୍ୟାଙ୍ଗ ଯୁବତୀ କବିତା
ସରକାରୀ ସେବାରୁ ବଞ୍ଚିତ ଦିବ୍ୟାଙ୍ଗ ଯୁବତୀ କବିତା

By

Published : Sep 10, 2020, 7:06 AM IST

ରାୟଗଡା: କାଶିପୁର ବ୍ଲକ ଟିକିରି ପଞ୍ଚାୟତ ପିତାଯୋଡି ଗ୍ରାମର ଦିବ୍ୟାଙ୍ଗ ଯୁବତୀ କବିତା ନାଏକ । ଭାଗ୍ୟର ବିଡମ୍ବନାରୁ ଜନ୍ମରୁ ସେ ପୋଲିଓ ରୋଗରେ ପୀଡିତ ହୋଇ ଦୁଇଟି ଗୋଡ ହରାଇଛନ୍ତି । ଏପରି କି ସେ ତାଙ୍କ ଜନ୍ମର କିଛି ବର୍ଷ ପରେ ପିତାଙ୍କୁ ମଧ୍ୟ ହରାଇଛନ୍ତି । ଦିବ୍ୟାଙ୍ଗ ଝିଅ ଓ ପୁଅକୁ ନେଇ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି ତାଙ୍କ ମା ଦିନାମଣି ନାଏକ ।

ସରକାରୀ ସେବାରୁ ବଞ୍ଚିତ ଦିବ୍ୟାଙ୍ଗ ଯୁବତୀ କବିତା

ମା’ ଦିନାମଣି ଦୁଇ ସନ୍ତାନଙ୍କୁ ନେଇ ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରନ୍ତି । ରହିବାକୁ ଭଲ ଘର ନାହିଁ, କି ଖାଇବାକୁ ଦିଓଳି ଖାଦ୍ୟ । ଚାଲିବୁଲି ପାରୁନଥିବା ଝିଅର ଯତ୍ନ ପାଇଁ ମା’ ମଧ୍ୟ ଆଉ କୌଣସି କାମକୁ ଯାଇପାରୁନାହିଁ । ଫଳରେ ବାଧ୍ୟ ହୋଇ ପୁଅ ଦାଦନ ଖଟିବାକୁ ଯାଇଛନ୍ତି ।

ଏପରି ସ୍ଥିତିରେ ବିଡିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଯାଏ ଗୁହାରୀ କଲେ ବି କେବଳ ଭତ୍ତା ଟଙ୍କା କିଛି ହିଁ ଏମାନଙ୍କ ସାହାଭରସା ପାଲଟିଛି । ତେବେ କୋରୋନା ପାଇଁ ଲକଡାଉନ ଓ ସଟଡାଉନ ଏମାଙ୍କ ରୋଜଗାରକୁ ଆହୁରି ତଳିତଳାନ୍ତ କରିଦେଇଛି ।

ଅନ୍ୟପଟେ କିଛିଦିନ ପୂର୍ବରୁ କବିତା ଗୁରୁଣ୍ଡି ଗୁରୁଣ୍ଡି ଚାଲି ନିଜ କାମ କରିପାରୁଥିବାବେଳେ ଏବେ ଖଟରେ ହିଁ ପଡିରହୁଛି । ଚିକିତ୍ସା ପାଇଁ ରାୟଗଡା ମେଡିକାଲରେ ଭର୍ତ୍ତି ହୋଇଥିଲେ ବି କୋରୋନା ସଂକ୍ରମଣ ଭୟରେ ଡାକ୍ତରମାନେ ତାଙ୍କୁ ଘରକୁ ପଠାଇଦେଇଛନ୍ତି ।

ଚାଲିବୁଲି ପାରୁନଥିବା କବିତାଙ୍କୁ ଟ୍ରାଇ ସାଇକେଲ ଟିଏ ମଧ୍ୟ ମିଳିପାରିନାହିଁ । ତେବେ ଏନେଇ ଆମେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିବାବେଳେ ତାଙ୍କ ପାଖରେ ଖବର ନଥିବା ଜଣାପଡିଛି । ଆମଠୁ ଖବର ପାଇବା ପରେ ଗାଁକୁ ଯାଇ ତଦନ୍ତ କରି ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ପ୍ରତିଶୃତି କେବେ ପାଳନ ହେଉଛି ତାହା ଦେଖିବାକୁ ବାକି ରହିଲା ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details