ରାୟଗଡା:ଅପହଞ୍ଚ ଇଲାକାରେ ଆଗେଇ ଚାଲିଛି ଉନ୍ନୟନ ମୂଳକ କାର୍ଯ୍ୟ । ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ପିଡିଡିଆରଡିଏ ଓ ଉପଜିଲ୍ଲାପାଳ ପ୍ରମୁଖ ରାମନାଗୁଡା ଗସ୍ତ କରି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି । ଶୁଣ୍ଢିଧାମୁଣି ଗାଁ ଗସ୍ତ କରି ସେଠାରେ ନବ ନିର୍ମିତ ମିଶନ ଶକ୍ତି ଗୃହକୁ ପରିଦର୍ଶନ କରିଥିଲେ । ସେଠାରେ ଉପସ୍ଥିତ ଥିବା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କ ସହିତ ଜିଲ୍ଲାପାଳ ସେମାନଙ୍କ ଜୀବକା ସମ୍ବନ୍ଧୀୟ କାର୍ଯ୍ୟକଳାପ ନେଇ ଆଲୋଚନା କରିଥିଲେ । ସଭ୍ୟାମାନଙ୍କୁ ଦଳଗତ ଭାବେ ହଳଦୀ ଉତ୍ପାଦନ ଏବଂ ପକ୍ରିୟାକରଣ କରି ବ୍ୟବସାୟ କରି ଲାଭବାନ ହେବାକୁ ପରାମର୍ଶ ଦେଇଥିଲେ ।
ଉପସ୍ଥିତ ଥିବା ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର, ଜୀବିକା ମିଶନ ରାମନାଗୁଡାଙ୍କୁ ଏକ ହଳଦୀ ଉତ୍ପାଦନ ଗୋଷ୍ଠୀ ଗଠନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ବାଟପୁଲିସି ଗାଁର ମହିଳା ସଦସ୍ୟାମାନେ ଜିଲ୍ଲାପାଙ୍କ ନିଜର ଗ୍ରାମର ପାନୀୟ ଜଳ ସମସ୍ୟା ବିଷୟରେ ଅବଗତ କରାଇଥିଲେ । ସେଠାରେ ଉପସ୍ଥିତ ଥିବା ଗ୍ରାମ୍ୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀଙ୍କୁ ୭ଦିନ ଭିତରେ ଗାଁକୁ ଏବଂ ଅଙ୍ଗନୱାଡି କେନ୍ଦ୍ର ଜଳ ଯୋଗାଣ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ସୌରଚାଳିତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଅତି ଶୀଘ୍ର ମରାମତି କରି କାର୍ଯ୍ୟାକାରୀ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଗ୍ରାମବାସୀଙ୍କୁ ଅଙ୍ଗନୱାଡି କେନ୍ଦ୍ରର କାର୍ଯ୍ୟକାରୀତା ନେଇ ପଚାରି ବୁଝିଥିଲ ।