ରାୟଗଡା: ଜିଲ୍ଲା ସ୍ତରୀୟ ନିଯୁକ୍ତିମେଳା । ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ପାଇଲେ ବେକାର ଯୁବକଯୁବତୀ । ରାୟଗଡା ଜିଲ୍ଲାର ବେକାର ସମାସ୍ୟା ଦୂର କରିବାକୁ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ ।
ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ GCD ହାଇସ୍କୁଲ ପଡ଼ିଆରେ ଆୟୋଜନ କରାଯାଇଛି ଜିଲ୍ଲାସ୍ତରୀୟ ନିଯୁକ୍ତିମେଳା । ନିଯୁକ୍ତି ମେଳାରେ 14ଟି ବେସରକାରୀ ସଂସ୍ଥା, 16ଟି ତାଲିମ ପ୍ରଦାନ କରି ନିଯୁକ୍ତିଦେବା ସଂସ୍ଥା ଅଂଶ ଗ୍ରହଣ କରିଛନ୍ତି। ଏପରିକି ଭାରତୀୟ ବାୟୁ ସେନା ତରଫରୁ ମଧ୍ୟ ନିଯୁକ୍ତି ସୁଯୋଗ ଉପରେ ଯୁବକ ଯୁବତୀଙ୍କୁ ସୂଚନା ପ୍ରଦାନ କରାଯାଇଛି। ଏହି ନିଯୁକ୍ତି ମେଳାରେ ୧୬୧୬ ଜଣ ବେକାର ଯୁବକଯୁବତୀ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୭୨୮ ଜଣ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ବିଭିନ୍ନ କମ୍ପାନୀରେ ନିଯୁକ୍ତିପତ୍ର ମିଳିଛି ।