ରାୟଗଡା: ଜିଲ୍ଲାସ୍ତରୀୟ ବିତ୍ତୀୟ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ଜିଲ୍ଲା ଗ୍ରାମୀୟ ଉନ୍ନୟନ ସଂସ୍ଥା ସଭାଗୃହରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବରିଷ୍ଠ ନାଗରିକ ଓ ପେନସନଧାରୀଙ୍କୁ ଅବଗତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଛି । ଅଗ୍ରଣୀ ବ୍ୟାଙ୍କ ଅଧିକାରୀ ଧୀରେନ୍ଦ୍ର ନାଥ ବିହାରୀ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବିମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନସନ ଯୋଜନାରେ ସାମିଲ ହୋଇ ଏହାର ଲାଭ ଉଠାଇବା ପାଇଁ କହିଥିଲେ । ବାର୍ଷିକ ୪୩୬ ଓ ୨୦ଟଙ୍କା ଦେଇ ଉପରୋକ୍ତ କୈଣସି ଯୋଜନାରେ ସାମିଲ ହୋଇପାରିବେ । କୌଣସି ମୃତ୍ୟୁ ଜନିତ ୨ଲକ୍ଷ ଟଙ୍କା ସର୍ବମୋଟ ଦୁଇଟି ଯୋଜନାରେ ୪ଲକ୍ଷ ଟଙ୍କା ପରିବାର ମନୋନୀତ ସଦସ୍ୟମାନେ ପାଇ ପାରିବେ ବୋଲି ସୂଚନା ଦେଇଥିଲେ l
ଜିଲ୍ଲାସ୍ତରୀୟ ବିତ୍ତୀୟ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ - ବିତ୍ତୀୟ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକ୍ରମ
ରାୟଗଡାରେ ଜିଲ୍ଲାସ୍ତରୀୟ ବିତ୍ତୀୟ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ । ଅଧିକ ପଢନ୍ତୁ

ଜିଲ୍ଲାସ୍ତରୀୟ ବିତ୍ତୀୟ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜିଲ୍ଲାସ୍ତରୀୟ ବିତ୍ତୀୟ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଅନ୍ୟତମ ବକ୍ତାଭାବେ ରାୟଗଡ ମୁଖ୍ୟ ଡାକ ମଣ୍ଡଳ ଅଧିକ୍ଷକ ନବୀନ ଚନ୍ଦ୍ର ପାଢ଼ୀ ଯୋଗ ଦେଇ ଡାକଘରରେ ପ୍ରଚଳିତ ବିଭିନ୍ନ ସ୍ବଳ୍ପ ସଞ୍ଚୟ ଯୋଜନା ବିଷୟରେ ବିସ୍ତୃତ ଭାବରେ ଉପସ୍ଥାପନ କରିଥିଲେ l ଵିଶେଷ କରି ଆଧାର ସିଷ୍ଟମ ବ୍ୟବହାର, ଆଧାର ଇନାବଲଡ଼ ପେମେଣ୍ଟ ସିଷ୍ଟମ ବ୍ୟବହାର କରି କିପରି ଘରେ ବସି ଅନ୍ୟ ବ୍ୟାଙ୍କରୁ ୧୦ ହଜାର ପର୍ଯ୍ୟନ୍ତ ଟଙ୍କା ଉଠାଇପାରିବେ ସେ ସମ୍ପର୍କରେ ବୁଝାଇଥିଲେ l ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୦ଜଣ ବରିଷ୍ଠ ନାଗରିକ ଓ ପେନସନଧାରୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l
ଇଟିଭି ଭାରତ ,ରାୟଗଡା