ଓଡିଶା

odisha

ବର୍ଷା ଆଗରୁ ରାୟଗଡାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

By

Published : May 24, 2020, 11:01 AM IST

ବର୍ଷା ଆଗରୁ ଅଣ୍ଟା ଭିଡିଲା ପ୍ରଶାସନ, ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ବୈଠକ ହେଲା ସମୀକ୍ଷା ।

Raygada district administration
ରାୟଗଡା ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ବୈଠକ

ରାୟଗଡା: ଆଗକୁ ବର୍ଷା ଋତୁକୁ ନଜରରେ ରଖି ବସିଲା ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ । ଏଥିରେ ମୁଖ୍ୟତଃ ଆଗାମୀ ଦକ୍ଷିଣ ପଶ୍ଚିମ ମୌସୁମୀରେ ସାମ୍ଭାବ୍ୟ ବନ୍ୟା ଓ ସେଥି ନିମନ୍ତେ ବିଭିନ୍ନ ବିଭଗୀୟ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ବିଗତ ବର୍ଷ ମାନଙ୍କରେ ରାୟଗଡା ଜିଲ୍ଲାର ନାଗବଳୀ, ଵଂଶଧାରା, ଝାଞ୍ଜବତୀ, ଫଳଫଳିଆ ନଦୀମାନଙ୍କରେ ଘଟିଥିବା ଭୟାବହ ବନ୍ୟାର ଅନୁଭୂତି ଓ ଆଗାମୀ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ବିଶେଷ କରି ଜଳସେଚନ ବିଭାଗ ପାରଳାଖେମୁଣ୍ଡି ବିଭାଜନ, ପୁର୍ତ୍ତ ବିଭାଗ, ଗ୍ରାମୀୟ ନିର୍ମାଣ ବିଭାଗ, ମଧ୍ୟମ କ୍ଷୁଦ୍ର ଜଳସେଚନ ଓ ଅନ୍ୟାନ୍ୟ ବିଭାଗର କାର୍ଯ୍ୟ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିରେ ଚାଲୁରହିଥିବା ପ୍ରକଳ୍ପ ବର୍ଷା ଦିନ ପୂର୍ବରୁ ସାରିବା ନୂତନ ପ୍ରକଳ୍ପ ପାଇଁ ତୁରନ୍ତ ଡି. ପି.ଆର ପ୍ରସ୍ତୁତି କରି ଅନୁମୋଦନ କରି ଶୀଘ୍ର କାର୍ଯ୍ୟ ଆରମ୍ଭ ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ।

ରାୟଗଡା ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ବୈଠକ

ସେହିପରି ଦୁର୍ଗମ ଅଞ୍ଚଳରେ ବର୍ଷା ଦିନ ପୂର୍ଵରୁ ଖାଦ୍ୟସମଗ୍ରୀ ମହଜୁଦ ରଖିବା ନିମନ୍ତେ କୁହାଯାଇଛି। କୃଷି ବିଭାଗ, ସ୍ବାସ୍ଥ୍ୟ ବିଭାଗ, ପ୍ରାଣୀଧନ ଚିକିତ୍ସା ବିଭାଗ ଉପରେ ଅଲୋଚନା କରି ବର୍ଷା ଦିନ ଆଗରୁ ସବୁ ପ୍ରସ୍ତୁତି ରହିବା ନିମନ୍ତେ ନିର୍ଦେଶ ଦିଆଯାଇଛି । ଏଥିରେ ଜିଲ୍ଳାପାଳଙ୍କ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ,ପଛୁଆ ବର୍ଗ ତଥା ସଂଖ୍ୟା ଲଘୁ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା ପ୍ରମୁଖ ଯୋଗଦେଇ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟାକୁ ନେଇ ଆଲୋଚନା କରିଥଲେ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details