ରାୟଗଡା:ମହାମାରୀ କରୋନାରେ ରୋଗୀର ମୃତ୍ୟ ପରେ ସେହି ମୃତ ଶରୀରକୁ ସମ୍ମାନର ସହ ସହମତି ଭିତ୍ତିରେ ସତ୍କାର କରିବା ନିମନ୍ତେ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ ।
ସହମତି ଭିତିରେ ସତ୍କାର ପାଇଁ ଜିଲ୍ଲା ପ୍ରଶାସନର ପ୍ରୟାସ ଏଥିରେ ମୁଖ୍ୟତଃ କୋଭିଡ ରୋଗୀଙ୍କ ସତ୍କାର କରିବାରେ ବିବାଦ ଉପୁଜୁଥିବାରୁ ଏହାକୁ କିଭଳି ସହମତି ଭିତ୍ତିରେ ଶ୍ମଶାନରେ ଦାହ କରାଯିବ ସେନେଇ ଆଲୋଚନା ହୋଇଥିଲା । କୋଭିଡ ରୋଗୀଙ୍କ ମୃତ ଦେହକୁ ପ୍ରଶାସନ ପକ୍ଷରୁ ସତ୍କାର କରୁଥିବାରୁ ଏହାକୁ ନେଇ ଶାନ୍ତିପୂର୍ଣ୍ଣ ସମାଧାନ ନେଇ ଆଲୋଚନା କରିଥିଲେ ।
ଏହି ବୈଠକର ସର୍ବସମ୍ମତି ଅନୁଯାୟୀ ସହରର ବ୍ରାହ୍ମଣ ସlହି, ଶିରୀଗୁଡା ଓ କତୁରାଗାଁ ମଶାଣିରେ ସତ୍କାର କଲେ ସେହି ଗାଁର ଗ୍ରାମବାସୀଙ୍କୁ ସହିତ ଆଲୋଚନା ମାଧ୍ୟମରେ ସଚେତନତା କରାଯିବ । ସେଥିନିମନ୍ତେ ଡାକ୍ତର, ପୋଲିସ ଓ ରାଜସ୍ୱ ବିଭାଗର ଅଧିକାରୀ ଓ ପୌର କର୍ମଚାରୀ ଯାଇ ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା ନିମନ୍ତେ ନିଷ୍ପତି ନିଆଯାଇଛି ।
ସେ ନେଇ ଉପଜିଲ୍ଲାପାଳ ପ୍ରଧାନ ଜିଲ୍ଲା ମୁଖ୍ୟ ଚିକତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜଣେ ଡାକ୍ତରଙ୍କୁ ସଚେତନ ନିମନ୍ତେ ନିୟୋଜିତ କରିବା ନିମନ୍ତେ ଅନୁରୋଧ କରିବେ । ସେହି ଅନୁଯାୟୀ ପର୍ଯ୍ୟାୟ କ୍ରମେ ଏହି ତିନୋଟି ମଶାଣିରେ ମୃତଦେହ ସତ୍କାର କରାଯିବ ବୋଲି ମତ ପ୍ରକାଶ ପାଇଥିଲା ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ