ଓଡିଶା

odisha

ETV Bharat / state

ନିଦ ହଜାଇଛି ସ୍ଥାୟୀ ନିଯୁକ୍ତି, 10 ବର୍ଷ ସଂଘର୍ଷ ପରେବି ନିରାଶ ବିସ୍ଥାପିତ - ଉତ୍କଳ ଆଲୁମିନା

ଉତ୍କଳ ଆଲୁମିନାରେ ବିସ୍ଥାପିତଙ୍କୁ ସ୍ଥାୟୀ ନିଯୁକ୍ତି ନେଇ ଆନ୍ଦୋଳନର ଦାନା ବାନ୍ଧିବାରେ ଲାଗିଛି । କମ୍ପାନୀ କର୍ତ୍ତୃପକ୍ଷ କାରଖାନା ସମ୍ପ୍ରସାରଣ ପରେ ସ୍ଥାୟୀ ନିଯୁକ୍ତି ପାଇଁ ପ୍ରସ୍ତାବ ଦେଇଥିବା ବେଳେ ବିସ୍ଥାପିତ ତ୍ରିପାକ୍ଷିକ ଯୁକ୍ତି ପାଇଁ ଅଡ଼ି ବସିଛନ୍ତି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାୟଗଡା

By

Published : Sep 11, 2019, 11:08 PM IST

ରାୟଗଡା: ଉତ୍କଳ ଆଲୁମିନାରେ ବିସ୍ଥାପିତଙ୍କୁ ସ୍ଥାୟୀ ନିଯୁକ୍ତି ନେଇ ଆନ୍ଦୋଳନର ଦାନା ବାନ୍ଧିବାରେ ଲାଗିଛି । ୨୦୦୯ ମସିହାରୁ ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକ ଅନ୍ତର୍ଗତ ଦୋରାଗୁଡ଼ା ଠାରେ ୪ ହଜାର ୫୫୦ କୋଟି ଟଙ୍କା ଅଂଶିଦାରରେ ଟାଟା , ଇଣ୍ଡଲ, ନରୱେର ହାଇଡ଼୍ରା ଏବଂ କାନାଡ଼ାର ଆଲକନ କମ୍ପାନୀ ମିଳିତ ଭାବେ ପ୍ରଥମେ ଇଣ୍ଡଲ ଏବଂ ପରମୂହୁର୍ତ୍ତରେ ଉତ୍କଳ ଆଲୁମିନା ନାମରେ ଏକ ବକ୍ସାଇଟ ରିଫାଇନାରୀ କାରଖାନାର ପ୍ରତିଷ୍ଠା କରିଥିଲା।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ରାୟଗଡା

ସେହି ସମୟରେ 5ଟି ପଞ୍ଚାୟତର ୨୪ ଟି ଗାଁର ୨ ହଜାର ୪୪୬ ହେକ୍ଟର ଜମି ଅଧିଗ୍ରହଣ କରାଯାଇ ଥିଲା । କାରଖାନାପାଇଁ ବିସ୍ଥାପିତ ଏବଂ କ୍ଷତିଗ୍ରସ୍ତ ପରିବାରର ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଚୁକ୍ତିବଦ୍ଧ ହୋଇଥିଲା । ହେଲେ କାରଖାନା ପ୍ରତିଷ୍ଠାର ଇତି ମଧ୍ୟରେ ୧୦ ବର୍ଷ ବିତି ଯାଇଥିଲେ ସୁଦ୍ଧା ଅସ୍ଥାୟୀ ଭାବେ କାଳ କାଟୁଛନ୍ତି ୧୯୬ ହିତାଧିକାରୀ ।

ଏହି ମାମଲା ପହଞ୍ଚିଛି ଏବେ ଶ୍ରମଆୟୁକ୍ତଙ୍କ କୋର୍ଟରେ । ଏନେଇ ଆଜି ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବିସ୍ଥାପିତ , କ୍ଷତିଗ୍ରସ୍ତ ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ନେଇ ତ୍ରି-ପାକ୍ଷିକ ଆଲୋଚନା କରିଛନ୍ତି ଶ୍ରମ ଆୟୁକ୍ତ । କମ୍ପାନୀ କର୍ତ୍ତୃପକ୍ଷ କାରଖାନା ସମ୍ପ୍ରସାରଣ ପରେ ସ୍ଥାୟୀ ନିଯୁକ୍ତି ପାଇଁ ପ୍ରସ୍ତାବ ଦେଇଥିବା ବେଳେ ବିସ୍ଥାପିତ ତ୍ରିପାକ୍ଷିକ ଯୁକ୍ତି ପାଇଁ ଅଡ଼ି ବସିଛନ୍ତି ।

ତେବେ ସୁତାଖିଅରେ ଝୁଲୁଥିବା କ୍ଷତିଗ୍ରସ୍ତଙ୍କ ଭାଗ୍ୟ କେବେ ସୁଧୁରିବ ଦେଖିବାକୁ ବାକି ରହିଲା ।

ରାୟଗଡ଼ାରୁ ରଞ୍ଜନ ରଥ , ଇଟିଭି ଭାରତ

ABOUT THE AUTHOR

...view details