ଓଡିଶା

odisha

By

Published : Jul 16, 2022, 3:00 PM IST

ETV Bharat / state

କାଶୀପୁରରେ ଝାଡ଼ାବାନ୍ତି ମୃତ୍ୟୁ: ଗାଁରେ ପହଞ୍ଚିଲେ ୩ ମେଡିକାଲ ଟିମ

ରାୟଗଡା କାଶୀପୁରରେ ଆତଙ୍କ ଖେଳାଇଛି ଡାଇରିଆ । ଗାଁରେ ପହଞ୍ଚିଲେ ୩ଟି ମେଡିକାଲ ଟିମ । ଅଧିକ ପଢନ୍ତୁ

କାଶୀପୁରରେ ୩ ମେଡିକାଲ ଟିମ
କାଶୀପୁରରେ ୩ ମେଡିକାଲ ଟିମ

ରାୟଗଡା: କାଶୀପୁରରେ ଆତଙ୍କ ଖେଳାଇଛି ଡାଇରିଆ । ଏଠାରେ ଝାଡାବାନ୍ତିରେ ତିନି ଦିନ ମଧ୍ୟରେ ୬ ଜଣ ଜୀବନ ହରାଇଛନ୍ତି । ୩୦ରୁ ଅଧିକ ଲୋକେ ଏବେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଭୟାବହତା ଖେଳିଯାଇଛି । ଏହାର ମୁକାବିଲା କରିବା ପାଇଁ ୩ଟି ମେଡିକାଲ ଟିମ ଗାଁରେ ପହଞ୍ଚିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

କାଶୀପୁରରେ ୩ ମେଡିକାଲ ଟିମ

ଆଖ ପାଖ ଗାଁରେ ସଚେତନତା କାର୍ଯ୍ୟକ୍ରମ ଚାଲିଛି । ଜଳଉତ୍ସ ଗୁଡ଼ିକୁ ବିଶୋଧନ କରାଯାଉଛି । ଯେଉଁମାନେ ଆକ୍ରାନ୍ତ ସେମାନଙ୍କୁ ମେଡିକାଲକୁ ସ୍ଥାନାନ୍ତର କରାଯାଉଛି । କାଶୀପୁରରେ ସ୍ଥିତି ସମୀକ୍ଷା କରିବା ପାଇଁ ଜିଲ୍ଲାପାଳ ଓ CDMO ଯିବାନେଇ ମଧ୍ୟ ସୂଚନା ରହିଛି । ଭୁବନଶ୍ୱରରୁ ସ୍ୱାସ୍ଥ୍ୟ ବିଭାଗର ଏକ ମେଡିକାଲ ଟିମ ମଧ୍ୟ ପଠାଯାଇଛି । ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଭୟାବହତା ଖେଳିଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details