ଓଡିଶା

odisha

ETV Bharat / state

ବ୍ୟବଚ୍ଛେଦ ବିଳମ୍ବକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା - ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ମୃତଦେହ ବ୍ୟବଚ୍ଛେଦ ବିଳମ୍ବକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖାଯାଇଛି । ଅଧିକ ପଢନ୍ତୁ....

rayagada
ବ୍ୟବଚ୍ଛେଦ ବିଳମ୍ବକୁ ନେଇ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଉତ୍ତେଜନା

By

Published : Jan 6, 2020, 9:55 PM IST

ରାୟଗଡା: ମୃତଦେହ ବ୍ୟବଚ୍ଛେଦ ବିଳମ୍ବକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା । ମୃତ୍ୟୁର 18 ଘଣ୍ଟା ବିତି ଯାଇଥିଲେ ମଧ୍ୟ ବ୍ୟବଚ୍ଛେଦ କରିବାରେ ମେଡିକାଲ କର୍ତ୍ତୃପକ୍ଷ ଓ ପୋଲିସର ଅବହେଳା ହୋଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ସମ୍ପର୍କୀୟ । ଏନେଇ ରାୟଗଡା ବ୍ଲକ କୁଲି ଗ୍ରାମ ପଞ୍ଚାୟତ ସରପଞ୍ଚ, ତାଙ୍କ ସମର୍ଥକ ଓ ମୃତ ଯୁବକର ସମ୍ପର୍କୀୟ ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।

ବ୍ୟବଚ୍ଛେଦ ବିଳମ୍ବକୁ ନେଇ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଉତ୍ତେଜନା

ଗତକାଲି କୁଲି ଗ୍ରାମର ପ୍ରସାଦ କିଲାକା ନାମକ ଯୁବକ(30) ବିଷପାନ କରି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଦିନ 1 ଟା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଓ ପୋଲିସ ଅଯଥା ବିଳମ୍ବ କରିବାରୁ ତାଙ୍କର ବ୍ୟବଚ୍ଛେଦ ହୋଇପାରି ନଥିଲା । ଏହାର ପ୍ରତିବାଦରେ ସରପଞ୍ଚ ଓ ତାଙ୍କ ସମର୍ଥକ ଧାରଣାରେ ବସିବା ସହ ଆଦିବାସୀ ମାନଙ୍କୁ ଚିକିତ୍ସା ସୁବିଧା ମିଳୁ ନଥିବା ତଥା ସେମାନଙ୍କୁ ହସ୍ପିଟାଲ କର୍ମଚାରୀ ମାନେ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି । ଏହାପରେ ପୋଲିସ ଓ ସିଡ଼ିଏମଓ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଜାରି ରଖିଥିଲେ । ତେବେ ଗତକାଲି ରାତି ହୋଇଯିବାରୁ ନିୟମ ଅନୁଯାୟୀ ବ୍ୟବଚ୍ଛେଦ ବିଳମ୍ବ ହୋଇଥିବା ସିଡ଼ିଏମଓ କହିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details