ରାୟଗଡା:ଦିନିକିଆ ରାୟଗଡା ଗସ୍ତରେ ପୋଲିସ ଡ଼ିଜି ସୁନିଲ ବଂଶଲ । ଗତକାଲି ଜିଲ୍ଲା ଗସ୍ତରେ ଆସି ଏସପି ଅଫିସରେ ଆଇନ ଶୃଙ୍ଖଳାର ସମୀକ୍ଷା କରିଛନ୍ତି । ଆଗାମୀ ପୌର ନିର୍ବାଚନରେ ସୁରକ୍ଷା ବ୍ୟବସ୍ଥା ଓ ଜିଲ୍ଲାରେ ମାଓବାଦୀ ସ୍ଥିତର ସମୀକ୍ଷା କରିଥିଲେ ପୋଲିସ ଡିଜି । ପଞ୍ଚାୟତ ନିର୍ବାଚନରେ ଯେପରି ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ଅନୁଷ୍ଠିତ ହେଇଥିଲା ସେହିଭଳି ପୌର ନିର୍ବାଚନ ମଧ୍ୟ କରାଯିବ ବୋଲି ଡ଼ିଜି ପ୍ରକାଶ କରିଥିଲେ।
ରାୟଗଡାରେ ଆଇନ ଶୃଙ୍ଖଳାର ସମୀକ୍ଷା କଲେ DGP - ରାୟଗଡା ଗସ୍ତରେ ପୋଲିସ ଡ଼ିଜି
ଦିନିକିଆ ରାୟଗଡା ଗସ୍ତରେ ଆସି ଏସପି ଅଫିସରେ ଆଇନ ଶୃଙ୍ଖଳାର ସମୀକ୍ଷା କଲେ ପୋଲିସ ଡ଼ିଜି ସୁନିଲ ବଂଶଲ । ଅଧିକ ପଢନ୍ତୁ
ରାୟଗଡାରେ ଆଇନ ଶୃଙ୍ଖଳାର ସମୀକ୍ଷା କଲେ DGP
ଜିଲ୍ଲାରେ ମାଓବାଦୀ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି ତଥାପି ମାଓବାଦୀଙ୍କୁ ମୂଳପୋଛ କରାଯିବ ବୋଲି ଡିଜି ପ୍ରକାଶ କରିବା ସହ ଜିଲ୍ଲା ପୋଲିସର କାମକୁପ୍ରଶଂସା କରିଥିଲେ । ଡିଜିଙ୍କ ଗସ୍ତ ସମୟରେ ଅତିରିକ୍ତ ଡିଜି ରାଧାକୃଷ୍ଣ ଶର୍ମା, ଡିଆଇଜି ରାଜେଶ ପଣ୍ଡିତ ଓ ଆରକ୍ଷୀ ଅଧ୍ୟକ୍ଷକ ବିବେକାନନ୍ଦ ଶର୍ମା ଉପସ୍ଥିତ ଥିଲେ ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ