ଓଡିଶା

odisha

ETV Bharat / state

ରାୟଗଡ଼ାରେ ଜଗନ୍ନାଥ ସେନାର ଭକ୍ତ ଜାଗରଣ ଜନସମ୍ପର୍କ ଯାତ୍ରା - campaign by jagannath sena

ରାୟଗଡ଼ାରେ ଭକ୍ତ ଜାଗରଣ ଜନସମ୍ପର୍କ ଯାତ୍ରା ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିରର ଚାରି ଦୁଆର ଓ ରତ୍ନ ଭଣ୍ଡାର ଖୋଲିବା ଦାବି ସମ୍ପର୍କରେ ଜଗନ୍ନାଥପ୍ରେମୀଙ୍କୁ ସଚେତନ କରାଇଛି ଜଗନ୍ନାଥ ସେନା । ଅଧିକ ପଢନ୍ତୁ

devotee awareness campaign
ଜଗନ୍ନାଥ ସେନାର ଭକ୍ତ ଜାଗରଣ ଜନସମ୍ପର୍କ ଯାତ୍ରା

By ETV Bharat Odisha Team

Published : Nov 6, 2023, 10:00 PM IST

ଜଗନ୍ନାଥ ସେନାର ଭକ୍ତ ଜାଗରଣ ଜନସମ୍ପର୍କ ଯାତ୍ରା

ରାୟଗଡ଼ା: ଶ୍ରୀମନ୍ଦିରର ଚାରି ଦୁଆର ଓ ରତ୍ନ ଭଣ୍ଡାର ଖୋଲିବା ଦାବି ଜୋର ଧରିଛି । ଏନେଇ ରାୟଗଡ଼ାରେ ଭକ୍ତ ଜାଗରଣ ଜନସମ୍ପର୍କ ଯାତ୍ରା ଅନୁଷ୍ଠିତ ହୋଇଛି । "ପବିତ୍ର ଶାବର ଶ୍ରୀକ୍ଷେତ୍ର ମହାପ୍ରଭୁଙ୍କ ଅତି ପ୍ରିୟ ସ୍ଥାନ ହୋଇଥିବାରୁ ଗଞ୍ଜାମ, ଖୋର୍ଦ୍ଧା, କୋରାପୁଟ ପରି ରାୟଗଡ଼ା ଜିଲ୍ଲାରେ ଏହି କାର୍ଯ୍ୟକ୍ରମ କରିଛି" ବୋଲି ଶ୍ରୀଜଗନ୍ନାଥ ସେନାର କେନ୍ଦ୍ରୀୟ ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, "ଗତ ଅକ୍ଟୋବର ୩ ତାରିଖରେ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା । କିନ୍ତୁ ଚାରି ଦୁଆର ଖୋଲିବା ଓ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ହାଇକୋର୍ଟ ଓ ରାଜ୍ୟ ସରକାର ହସ୍ତକ୍ଷେପ କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ୨ ମାସ ମଧ୍ୟରେ ଶେଷ କରି ଚାରି ଦୁଆର ଖୋଲିବାକୁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି ।"

ସେ ଆହୁରି ମଧ୍ୟ କହିଛନ୍ତି, "ସେହିପରି ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ 2 ମାସର ମହଲତ ଦେଇଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଓ ପୁରୀ ଜିଲ୍ଲା ପ୍ରଶାସନର ଅନୁରୋଧ ଯୋଗୁ ଓଡିଶା ବନ୍ଦ ଡାକରାକୁ ସାମୟିକ ଭାବେ ସ୍ଥଗିତ କରିଛି । କିନ୍ତୁ ବୁଦ୍ଧିଜୀବୀ ଆନ୍ଦୋଳନରେ ଯବନିକା ପଡ଼ିନାହିଁ । ସେଥିପାଇଁ ସେନା ଭକ୍ତ ଜାଗରଣ ଓ ସମ୍ପର୍କ ଯାତ୍ରା ଆରମ୍ଭ କରିଛି। ଯଦି ଆସନ୍ତା ୨ ମାସ ମଧ୍ୟରେ ରାଜ୍ୟ ସରକାର ଓ ପୁରୀ ଜିଲା ପ୍ରଶାସନ ଚାରି ଦୁଆର ଖୋଲି ଦିଅନ୍ତି ଓ ରତ୍ନଭଣ୍ଡାର ଖୋଲି ମରାମତି ସହ ରତ୍ନ ଗଣତି କରନ୍ତି ତେବେ ଆନ୍ଦୋଳନ ଏବଂ ଶାନ୍ତିପୂର୍ଣ୍ଣ ଓଡ଼ିଶା ବନ୍ଦ ଆଉ ହେବ ନାହିଁ। କିନ୍ତୁ ଯଦି ରାଜ୍ୟ ସରକାର ବିଶ୍ବବାସୀଙ୍କ ଧାର୍ମିକ ମାନସିକତା ସହ ଖେଳି ସମୟ ଗଡ଼ାନ୍ତି ତାହେଲେ ନିଜର ଧାର୍ମିକ ଅଧିକାର ପାଇଁ ସାମୟିକ ଭାବେ ସ୍ଥଗିତ ଥିବା ଆନ୍ଦୋଳନ ପୁନର୍ବାର ହେବ ।"

ଏହା ବି ପଢନ୍ତୁ...ଶ୍ରୀମନ୍ଦିର ଚାରି ଦୁଆର ଓ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ, କୋରାପୁଟରେ ଭକ୍ତ ଜାଗରଣ ଯାତ୍ରା

"ସମଗ୍ର ରାଜ୍ୟର ପୁରପଲ୍ଲୀରେ ଭକ୍ତମାନଙ୍କୁ ଜାଗ୍ରତ କରାଇବା ସହ ସରକାର ଓ ପ୍ରଶାସନ ପକ୍ଷରୁ ଆମକୁ ଦିଆଯାଇଥିବା ଲିଖିତ ପ୍ରତିଶ୍ରୁତିକୁ ଓଡ଼ିଶାବାସୀଙ୍କ ନିକଟରେ ପହଞ୍ଚାଇବାର ଗୁରୁ ଦାୟିତ୍ୱ ଓ କାର୍ଯ୍ୟକ୍ରମ ସେନା ପକ୍ଷରୁ ଚାଲୁ ରହିଲା। ଗଞ୍ଜାମରୁ ଗତ ୮ ତାରିଖରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଖୋର୍ଦ୍ଧାରେ ପହଞ୍ଚିଥିଲା । ପରେ ରାୟଗଡ଼ା ଜିଲ୍ଲା ପରିଭ୍ରମଣ କରିବା ପରେ ରାଜ୍ୟର ଅନ୍ୟ ପୁରପଲ୍ଲୀରେ ସେନାର ସଂଘର୍ଷ ଓ ଭକ୍ତ ଜାଗରଣ ସମ୍ପର୍କ ଯାତ୍ରା କିପରି ପହଞ୍ଚିବ ସେନେଇ ଯୋଜନା କରାଯାଇଛି । ଗତ ଅକ୍ଟୋବର ୮ ତାରିଖରେ ଏହି ଯାତ୍ରା ଗଞ୍ଜାମରେ ଆରମ୍ଭ ହୋଇଥିଲା। ପରେ ଖୋର୍ଦ୍ଧା, ଗଞ୍ଜାମ, କୋରାପୁଟ ପରେ ଏବେ ରାୟଗଡ଼ା ଜିଲ୍ଲାରେ ପହଞ୍ଚିଛି । ରାୟଗଡ଼ା ଜିଲ୍ଲା ପରିଭ୍ରମଣ କରିବା ପରେ ରାଜ୍ୟର ଅନ୍ୟ ପୁରପଲ୍ଲୀରେ ଶ୍ରୀଜଗନ୍ନାଥ ସେନାର ସଂଘର୍ଷ ଓ ଭକ୍ତ ଜାଗରଣ ଜନସମ୍ପର୍କ ଯାତ୍ରା ପହଞ୍ଚିବ" ବୋଲି କହିଛନ୍ତି ଜଗନ୍ନାଥ ସେନା ଆବାହକ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details