ଓଡିଶା

odisha

ETV Bharat / state

ଗ୍ରୀନ ଜୋନରେ ଡେଙ୍ଗୁ ଆତଙ୍କ, ଆକ୍ରାନ୍ତଙ୍କ ସଂଖ୍ୟା ୬୧

ଗ୍ରୀନ ଜୋନରେ ସାମିଲ ଥିବା ରାୟଗଡା ଜିଲ୍ଲାରେ ଏବେ ଡେଙ୍ଗୁ ଆତଙ୍କ। ଗତ ୧୦ ଦିନ ତଳେ ଟିକରପଡାରେ ୪୨ ଜଣେ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ଏହା ବଢ଼ି ୬୧ ରେ ପହଁଞ୍ଚିଛି । ଡେଙ୍ଗୁକୁ ନେଇ ଏବେ ଭୟଭୀତ ଅବସ୍ଥାରେ ଜିଲ୍ଲାବାସୀ। ଅଧିକ ଖବର ପଢନ୍ତୁ...

By

Published : May 6, 2020, 9:36 AM IST

_Dengue
ଗ୍ରୀନ ଜୋନରେ ଡେଙ୍ଗୁ ଆତଙ୍କ, ଆକ୍ରାନ୍ତ ସଂଖ୍ୟା ୪୯ ରୁ ବଢି ୬୧ ଛୁଇଁଲା

ରାୟଗଡା: ଡେଙ୍ଗୁ ଡ଼ରାଉଛି ଗ୍ରୀନ୍ ଜୋନକୁ । ଗୋଟିଏ ପଟେ ଜିଲ୍ଲା ପ୍ରଶାସନ ମହାମାରୀ କୋରୋନାକୁ ପ୍ରତିହତ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ବେଳେ ଏପଟେ ଡେଙ୍ଗୁ ପାଇଁ ମୁକୁଳା ହୋଇ ପଡିଛି ସାରା ଜିଲ୍ଲା । ମାସକ ଭିତରେ ଜିଲ୍ଲାରେ ୬୧ଟି ଡେଙ୍ଗୁ ପଜିଟିଭ ପ୍ରଶାସନର ପାରିବା ପଣିଆକୁ ପଦାରେ ପକାଇଛି ।

ଗ୍ରୀନ ଜୋନରେ ଡେଙ୍ଗୁ ଆତଙ୍କ, ଆକ୍ରାନ୍ତ ସଂଖ୍ୟା ୪୯ ରୁ ବଢି ୬୧ ଛୁଇଁଲା

ରାୟଗଡା ଜିଲ୍ଲା ମୁନିଗୁଡାର ଟିକରପଡା ବସ୍ତିରୁ କାୟା ମେଲିଥିବା ଡେଙ୍ଗୁ ଏବେ ଧୀରେ ଧୀରେ ରାୟଗଡା ସହର ଦେଇ ଗ୍ରାମାଞ୍ଚଳରେ ପହଁଞ୍ଚିଲାଣି । ଗତ ୧୦ ଦିନ ତଳେ ଟିକରପଡାରେ ୪୨ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ଏହା ବଢ଼ି ୬୧ରେ ପହଁଞ୍ଚିଛି । ଡେଙ୍ଗୁକୁ ନେଇ ଏବେ ଭୟଭୀତ ଅବସ୍ଥାରେ ଜିଲ୍ଲାବାସୀ।

ଗୁଣୀଗାରେଡି ଉପରେ ଭରସା ଛାଡି ଏବେ ଡାକ୍ତରଖାନା ମୁହାଁ ହେଉଛନ୍ତି ଆକ୍ରାନ୍ତ । ଜିଲ୍ଲାରେ ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ନେଇ ଚିନ୍ତା ବଢିଛି ସ୍ୱାସ୍ଥ୍ୟ ବିଭାଗର । ମାସକ ମଧ୍ୟରେ ୧୨୯ ଜଣଙ୍କ ରକ୍ତନମୁନା ପରୀକ୍ଷାରେ ୬୧ଟି ଡେଙ୍ଗୁ ପଜିଟିଭ ବାହାରିବାର କାରଣ ଖୋଜୁଛି ସ୍ୱାସ୍ଥ୍ୟ ବିଭାଗ ।

ଗ୍ରୀନ ଜୋନରେ ଡେଙ୍ଗୁ ଆତଙ୍କ, ଆକ୍ରାନ୍ତ ସଂଖ୍ୟା ୪୯ ରୁ ବଢି ୬୧ ଛୁଇଁଲା

ଆର.ଏମ୍‌.ଆର.ସି ଏବଂ ଏସ୍‌ସିବି ମେଡିକାଲକୁ ୨୫ଟି ଡେଙ୍ଗୁ ରୋଗୀଙ୍କ ରକ୍ତ ନମୁନାକୁ ପୁନଃ ପରୀକ୍ଷଣ ପାଇଁ ପଠାଯାଇ ନିଦାନ ଖୋଜା ଯାଉଛି । ତେବେ ଗାଁ ନିର୍ମଳ ସାଙ୍ଗକୁ ସଚେତନତାକୁ ଗୁରୁତ୍ୱ ଦେଇଛି ପ୍ରଶାସନ।

କୋରୋନା ପାଇଁ ଜିଲ୍ଲା ପ୍ରଶାସନ ଯେତେ ତତ୍ପର ସେତିକି ଡ଼େଙ୍ଗୁ ପାଇଁ ହେବା ଆବଶ୍ୟକ ହୋଇପଡ଼ିଛି । ଯଦି ଏ ଦିଗରେ ଟିକିଏ ଅବହେଳା କରାଯାଏ ତେବେ ଜିଲ୍ଲାରେ ଡ଼େଙ୍ଗୁ ମହାମାରୀର ରୂପ ନେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details