ଓଡିଶା

odisha

ETV Bharat / state

କୋଭିଡ ସେଣ୍ଟର ସ୍ବାସ୍ଥ୍ୟକର୍ମୀଙ୍କୁ ପୁନଃ ଥଇଥାନ ପାଇଁ ତେଜୁଛି ବିବାଦ - demands for health workers reemployeement

କୋଭିଡ କେୟାର ସେଣ୍ଟରର ଛଟେଇ ସ୍ବାସ୍ଥ୍ୟକର୍ମୀଙ୍କୁ ପୁନଃ ଥଇଥାନ ଦାବି ରାୟଗଡାରେ ବିକ୍ଷୋଭ । ଅଧିକ ପଢନ୍ତୁ...

କୋଭିଡ ସେଣ୍ଟର ସ୍ବାସ୍ଥ୍ୟକର୍ମୀଙ୍କ ପେଟକୁ ଲାତ, ପୁନଃ ଥଇଥାନ ପାଇଁ ତେଜୁଛି ବିବାଦ
କୋଭିଡ ସେଣ୍ଟର ସ୍ବାସ୍ଥ୍ୟକର୍ମୀଙ୍କ ପେଟକୁ ଲାତ, ପୁନଃ ଥଇଥାନ ପାଇଁ ତେଜୁଛି ବିବାଦ

By

Published : Nov 21, 2020, 10:10 AM IST

ରାୟଗଡା:ରାଜ୍ୟବ୍ୟାପୀ ତେଜିବାରେ ଲାଗିଛି ସ୍ବାସ୍ଥ୍ୟକର୍ମୀଙ୍କ ପୁନଃ ଥଇଥାନ ଦାବି । ପ୍ରତ୍ୟେକ କୋଭିଡ ସ୍ବାସ୍ଥ୍ୟକେନ୍ଦ୍ରରେ ନିୟୋଜିତ କୋଭିଡ ଯୋଦ୍ଧାଙ୍କୁ ପୁନଃ ଥଇଥାନ ପାଇଁ ଦାବି କରିବା ସହ ଉକ୍ତ କେନ୍ଦ୍ରକୁ ପଞ୍ଚାୟତ ହେଲଥ୍ କେୟାର ହୋମ କରିବାକୁ ଶୁକ୍ରବାର ରାୟଗଡାରେ 'କୋଭିଡ ଓ୍ବାରିଅର ଚିଟେଡ ଫୋରମ' ପକ୍ଷରୁ ଦାବି କରାଯାଇଛି ।

କୋଭିଡ ସେଣ୍ଟର ସ୍ବାସ୍ଥ୍ୟକର୍ମୀଙ୍କ ପେଟକୁ ଲାତ, ପୁନଃ ଥଇଥାନ ପାଇଁ ତେଜୁଛି ବିବାଦ

ଶୁକ୍ରବାର 'କୋଭିଡ ଓ୍ବାରିଅର ଚିଟେଡ ଫୋରମର' ରାଜ୍ୟ ସଭାପତି ଇଂ ଦେବାଶିଷ ହୋତାଙ୍କ ନେତୃତ୍ବରେ ସ୍ଥାନୀୟ ଡିଆରଡିଏ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରି କଲେଜ ରୋଡ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ଏନେଇ ସେଠାରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଡେପୁଟି କଲେକ୍ଟର ନାରାୟଣ ମିଶ୍ରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ଏହି କୋଭିଡ ଯୋଦ୍ଧା ଅର୍ଥାତ୍ କୋଭିଡ କେନ୍ଦ୍ରର ଅସ୍ଥାୟୀ ସ୍ବାସ୍ଥ୍ୟକର୍ମୀମାନେ ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ନିଃସ୍ବାର୍ଥପର ଭାବେ ସେବା କରିଥିଲେ । ହେଲେ ଏବେ ରାଜ୍ୟରେ କୋରୋନା ସଂକ୍ରମଣ ହ୍ରାସ ପାଉଥିବାରୁ କୋଭିଡ କେନ୍ଦ୍ରଗୁଡିକ ବନ୍ଦ କରାଯାଇ ସ୍ବାସ୍ଥ୍ୟକର୍ମୀଙ୍କୁ ଛଟେଇ କରାଯାଇଛି । ଏଣୁ ସେମାନଙ୍କୁ ପୁନଃ ଥଇଥାନ କରିବାକୁ ଦାବି କରାଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details