ଓଡିଶା

odisha

ETV Bharat / state

ରାୟଗଡାରେ ମେଡିକାଲ କଲେଜ ଦାବି: ସଚିବାଳୟରେ ଜିଲ୍ଲାର 12 ଜଣିଆ ପ୍ରତିନିଧି - ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର.ବାଲକ୍ରିଷ୍ଣନ

ରାୟଗଡାର ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ଜିଲ୍ଲାରୁ ଭୁବନେଶ୍ବର ଆସିଥିବା 12 ଜଣିଆ ପ୍ରତିନିଧି ଦଳ, ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର.ବାଲକ୍ରିଷ୍ଣନ ଏବଂ ୫ ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ସହ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

Medical College demand at Rayagada
ରାୟଗଡାରେ ମେଡିକାଲ କଲେଜ ଦାବି

By

Published : Dec 29, 2019, 4:13 AM IST

ରାୟଗଡା: ଜୋର ଧରିଲା ଆଦିବାସୀ ବହୁଳ ତଥା ପଛୁଆ ଅଞ୍ଚଳ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି । ଦାବିପତ୍ର ନେଇ ଆସିଥିବା ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର.ବାଲକ୍ରିଷ୍ଣନ ଏବଂ ୫ ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ସହ ଆଲୋଚନା କରିଛନ୍ତି ।

ସଚିବାଳୟରେ ଅନୁଷ୍ଠିତ ଏହି ଆଲୋଚନାରେ ବିଜେଡି ଜିଲ୍ଲା ପ୍ରଭାରୀ ସଂଜୟ ଦାସବର୍ମା, ଅନୁସୂଚିତ ଜାତି ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପରାମର୍ଶଦାତା ସୁଧୀର ଦାଶ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ଉପସ୍ଥିତ ଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ରାୟଗଡା

ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ରାୟଗଡା ବାସୀଙ୍କ ଏହି ଦାବିକୁ ସହୃଦୟତାର ସହ ଗ୍ରହଣ କରିଥିବା ଜଣାପଡିଛି । ଏନେଇ ସରକାରଙ୍କ ଆଭିମୁଖ୍ୟ ସକରାତ୍ମକ ରହିଥିବା ବେଳେ ଖୁବଶିଘ୍ର ଏନେଇ ନିଷ୍ପତ୍ତି ନେବେ ବୋଲି ସ୍ପଷ୍ଟ ହୋଇଛି । ଜିଲ୍ଲା ବିଜେଡି ପ୍ରଭାରୀ ସଂଜୟ ଦାସବର୍ମା ଓ ଅନୁସୂଚିତ ଜାତି ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିକୁ ଗ୍ରହଣ କରିଛନ୍ତି । ଏଥିସହିତ ଖୁବଶୀଘ୍ର ଏହି ଦାବି ବିଷୟରେ ଚିନ୍ତା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଜିଲ୍ଲାରୁ ଦାବିପତ୍ର ନେଇ ଆସିଥିବା ୧୨ ଜଣିଆ ପ୍ରତିନିଧି ଦଳରେ ରାୟଗଡାର ବୁଦ୍ଧିଜୀବୀ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ ରାୟଗଡାର ବରିଷ୍ଠ ନାଗରିକ ରହିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details