ଓଡିଶା

odisha

ETV Bharat / state

ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିରେ ମାନପତ୍ର ପ୍ରଦାନ

ପୂର୍ବତନ କାଉନସିଲର ତଥା ଆଦିବାସୀ ଯୁବନେତା ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ମାମଲା ଏବେ ପୁଣି ଥରେ ଆନ୍ଦୋଳନର ରୂପ ନେବାକୁ ଯାଉଛି। ଅଧିକ ପଢନ୍ତୁ...

bhagirithi muder case
ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ମାମଲାରେ CBI ତଦନ୍ତ

By

Published : Dec 15, 2019, 7:41 PM IST

ରାୟଗଡା: ଭାଗିରଥୀ ମାଣ୍ଡାଙ୍ଗି ହତ୍ୟାକାଣ୍ଡ ମାମଲାରେ ସିବିଆଇ ତଦନ୍ତ ଦାବି। ପୂର୍ବତନ କାଉନସିଲର, ମଝିଘରିଆଣି ମନ୍ଦିର ଟ୍ରଷ୍ଟ ବୋଡ଼ ସଦସ୍ୟ ତଥା ଆଦିବାସୀ ଯୁବନେତା ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ମାମଲା ଏବେ ପୁଣି ଆନ୍ଦୋଳନ ରୂପ ନେବାକୁ ଯାଉଛି। ଏନେଇ ରବିବାର ଆଦିବାସୀ ସଙ୍ଘ ପକ୍ଷରୁ ଏକ ରାଲି କରାଯିବା ସହ ଏସିପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଏକ ମାନପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସିବିଆଇ ତଦନ୍ତ ପାଇଁ ଦିଆଯାଇଛି।

ଜିଲ୍ଲା ଆଦିବାସୀ ସଙ୍ଘର ସଭାପତି ତଥା କଂଗ୍ରେସ ନେତା ଆପଲା ସ୍ବାମୀ କାଡ଼୍ରାକା, ସମ୍ପାଦକ ତଥା ବିଜେପି ନେତା ବସନ୍ତ ଉଲ୍ଲାକାଙ୍କ ନେତୃତ୍ବରେ ଶତାଧିକ ପୁରୁଷ ମହିଳା ଏସପିଙ୍କ କାର୍ଯ୍ୟାଳୟରେ ପହଁଞ୍ଚିଥିଲେ। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ମାନପତ୍ର ରାୟଗଡ଼ା ଏସଡ଼ିପିଓ ତପନ ନାରାୟଣ ରଥଙ୍କୁ ଦେଇଛନ୍ତି।

ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ମାମଲାରେ CBI ତଦନ୍ତ
ଭାଗିରଥୀ ମାଣ୍ଡାଙ୍ଗିଙ୍କ ହତ୍ୟାକାଣ୍ଡକୁ ୯ ବର୍ଷ ପୂରି ଯାଇଥିଲେ ବି ଏଯାଏଁ କୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି କରିଛି ଜିଲ୍ଲା ଆଦିବାସୀ ମହାସଂଘ। ଗତ ୨୦୧୦ ମସିହା ଡ଼ିସେମ୍ବର ୧୫ ତାରିଖରୁ ଭାଗିରଥୀ ମାଣ୍ଡାଙ୍ଗି ମଝିଘରିଆଣି ମନ୍ଦିରରେ ମିଟିଂ ଅଛି କହି ଘରୁ ବାହାରି ଆସିଥିଲେ । ପରେ ତାଙ୍କ ପତ୍ତା ମିଳି ନଥିବା ବେଳେ ତାଙ୍କ ମୋଟର ସାଇକେଲ ମନ୍ଦିର ନିକଟରୁ ଉଦ୍ଧାର ହୋଇଥିଲା । ଦୁଇଦିନ ପରେ ଓଡ଼ିଶା ଆନ୍ଧ୍ର ସୀମାନ୍ତ ଆନ୍ଧ୍ରପ୍ରଦେଶର କମରଡ଼ା ଡ଼୍ୟାମରେ ଏକ ଶବ ଉଦ୍ଧାର ହୋଇଥିଲା ।

ଯାହାର ଡ଼ିଏନଏ ଟେଷ୍ଟ ପରେ ଏହା ଭାଗିରଥୀଙ୍କ ଶବ ବୋଲି ଜଣାପଡ଼ିଥିଲା। ପରିବାର ପକ୍ଷରୁ ରାୟଗଡ଼ା ଥାନାରେ ୧୭ ତାରିଖରେ ଦିଆଯାଇଥିବା ଏତଲା ଆଧାରରେ ରାୟଗଡ଼ା ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ରାଜ୍ୟ ସରକାର ଏହି ମାମଲାରେ ୫ ଏପ୍ରିଲ ୨୦୧୧ରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଧେଶ ଦେଇଥିଲେ। ସେବେଠାରୁ ଦୀର୍ଘ 9 ବର୍ଷ ଧରି ଏହି ମାମଲା କ୍ରାଇମବ୍ରାଞ୍ଚର ନାଲି ଫିତା ତଳେ ଚାପି ହୋଇଯାଇଛି।


ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details