ଓଡିଶା

odisha

ETV Bharat / state

ସୌରା ଲିପି ଓ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାକୁ ଦାବି

ବହୁ ଦିନ ଧରି ସାନ୍ତାଳ ଭାଷା ସ୍ବୀକୃତି ପାଇସାରିଥିବା ବେଳେ, ବର୍ତ୍ତମାନ ସୌରା ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାକୁ ବାକି କରାଯାଇଛି । ଅଧିକ ପଢନ୍ତୁ...

By

Published : Oct 13, 2020, 7:42 AM IST

Updated : Oct 13, 2020, 9:27 AM IST

ସୌରା ଲିପି ଓ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାକୁ ଦାବି
ସୌରା ଲିପି ଓ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାକୁ ଦାବି

ରାୟଗଡା: ସୌରା ଭାଷା ଓ ଲିପିକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାକୁ ଜୋର ଧରିଲା ଦାବି। ଏନେଇ ସୋମବାର ରାୟଗଡା ଜିଲ୍ଲା ଗୁଣୁପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ ଗିରିଧର ଗମାଙ୍ଗ, ପୂର୍ବତନ ଗୁଣୁପୁର ବିଧାୟକ ରାମମୂର୍ତ୍ତି ଗମାଙ୍ଗ, ମାତୃ ଭବନ ସୌରା ସଭାପତି ରାଧାନାଥ ଶବର, ଉପଦେଷ୍ଟା ବ୍ରହ୍ମାନନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ସୌରା ଭାଷାର ଇତିହାସ, ସୃଷ୍ଟି ଓ ପରମ୍ପରା ସମ୍ପର୍କରେ ଆଲୋଚନା କରିଥିଲେ ।

ସୌରା ଲିପି ଓ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାକୁ ଦାବି

ଜଗନ୍ନାଥ ସଂସ୍କୃତି ଓ ଶବର ସଂସ୍କୃତି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ। ସାନ୍ତାଳ ଭାଷା ପଛରେ ଆସି ସ୍ବୀକୃତି ପାଇସାରିଥିବା ବେଳେ ଆଦିମ ସୌରା ଭାଷା ଓ ଲିପି 1936ରେ ଉଦ୍ଭାବନ ହୋଇ ଆଜି ପଛରେ ପଡିଛି। ରାଜନୈତିକ ସ୍ତରରେ ଦୃଢ ଇଚ୍ଛା ଶକ୍ତି ଦ୍ବାରା ଏହାକୁ ଆଗକୁ ନେବାକୁ ଡ଼ ଗମାଙ୍ଗ ଆହ୍ବାନ ଦେଇଥିଲେ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Oct 13, 2020, 9:27 AM IST

ABOUT THE AUTHOR

...view details